ବଢ଼ିଲା ରସଗୋଲା ଦାମ୍, ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆକୁ ୧୨ ଟଙ୍କା, ୨୦ ଟଙ୍କିଆକୁ ୨୫ ଟଙ୍କା

ଭୁବନେଶ୍ବର: ବଢ଼ିଲା ରସଗୋଲା ଦାମ୍ । କାଲିଠୁ ଲାଗୁ ହେବ ବର୍ଦ୍ଧିତ ଦର । ଦୁଇଦିନ ହେଲା ପାହାଳ ରସଗୋଲା ବଜାର ବନ୍ଦ ରହିଥିବା ବେଳେ କାଲି ଖୋଲିବ ସମସ୍ତ ଦୋକାନ। କାଲିଠୁ ନୂଆ ରେଟରେ ମିଳିବ ରସଗୋଲା ଏବଂ ଛେନାପୋଡ଼ । ଛେନାର ଅହେତୁକ ଦର ବୃଦ୍ଧି ପାଇଁ ବଜାର ବନ୍ଦ ରହିଥିବା ‘ପାହାଳ ମିଠା ବ୍ୟବସାୟୀ ସଂଘ’ ସୂତ୍ରରୁ ଜଣାପଡିଛି । ସୋମବାର ମଧ୍ୟ ରସଗୋଲା ବଜାର ବନ୍ଦ ରହିଛି ।

ନୂଆ ଦର ହିସାବରେ ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କା ମିଠା ୧୨ ଟଙ୍କା,୨୦ ଟଙ୍କା ମିଠା ୨୫ ଟଙ୍କା ହୋଇଥିବା ଜଣାପଡିଛି । ସେହିପରି ଛେନା ଗଜା କିଲୋଗ୍ରାମ ଦର ୨୨୦ ଟଙ୍କା , ଛେନାପୋଡ଼ ୧ କିଲୋଗ୍ରାମ ମୂଲ୍ୟ ୨୮୦ ଟଙ୍କା ଗ୍ରାହକ ମାନଙ୍କୁ ବିକ୍ରି କରିବା ପାଇଁ ସ୍ଥିର କରାଯାଇଛ । ପାହାଳ ମିଠା ବଜାରରେ ପ୍ରାୟ ୭୦ଟି ମିଠା ଦୋକାନ ରହିଛି । ପ୍ରତିଦିନ ପ୍ରାୟ ୪ଟନ୍‌ ଛେନାରୁ ମିଠା ତିଆରି କରାଯାଇ ୨୦ରୁ ଊଦ୍ଧ୍ୱର୍ ଜିଲ୍ଲାର ସହରକୁ ମିଠା ବିକ୍ରି ପାଇଁ ପଠାଯାଇଥାଏ ।

nis-ad
Leave A Reply

Your email address will not be published.