କୋଇଲା ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ

ଭଦ୍ରକ : ପୋଲିସକୁ ଆକ୍ରମଣ କଲେ କୋଇଲା ମାଫିଆ । ଚାନ୍ଦବାଲି ମତୋରେ ଗତକାଲି କୋଇଲା ଚୋରା ଚାଲାଣ ବେଳେ ପୋଲିସ ବିରୋଧ କରିବାରୁ ଓଲଟା ପୋଲିସ ଉପରକୁ ଆକ୍ରମଣ କରିଛନ୍ତି କୋଇଲା ମାଫିଆ । ଗତକାଲି ଦୃତଗତିରେ ଯାଉଥିବା ଚୋରା କୋଇଲା ପିକପ ଭ୍ୟାନଟି ଟ୍ରାକ୍ଟରକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଖବରପାଇ ମତୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚିବା ପରେ ଫାଣ୍ଡି ଅଧିକାରୀଙ୍କୁ ମାରଣାସ୍ତ୍ରରେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ମାଫିଆ । ତେବେ ଆକ୍ରମଣରେ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ମାତ୍ର ପିକଅପ ଭ୍ୟାନ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ମତୋ ପୋଲିସ । ରେଳପଥରୁ କୋଇଲା ଚୋରି କରି ପ୍ରତିଦିନ ପାଖାପାଖି ୫୦ ଟି ପିକପ ଭ୍ୟାନରେ କେନ୍ଦ୍ରାପଡା ଜିଲ୍ଲାକୁ ଚାଲାଣ ହୋଇଥାଏ ।

nis-ad
Leave A Reply

Your email address will not be published.