ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ ବୋଲି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି।

ସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୪,୫୦୦ ବର୍ଗ ମିଟର୍‌ ପରିମିତ ଜମିରେ ନିର୍ମିତ ତ୍ରିକୋଣାକାର ୪ ମହଲାବିଶିଷ୍ଟ ଏହି ନୂତନ ସଂସଦ ଭବନ ଉଦ୍‌ଘାଟନ କରିବା ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

ହିନ୍ଦୀ ଭାଷାରେ ଟୁଇଟ୍‌ କରି ରାହୁଲ୍‌ ଲେଖିଛନ୍ତି: ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତି ହିଁ କରିବା କଥା, ପ୍ରଧାନମନ୍ତ୍ରୀ ନୁହନ୍ତି।

ଏହି ନୂତନ ପାର୍ଲାମେଣ୍ଟ୍‌ ବିଲ୍‌ଡିଙ୍ଗ୍‌କୁ (ସଂସଦ ଅଟ୍ଟାଳିକା) କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅହମିକା ପ୍ରକଳ୍ପ ବୋଲି କହୁଛି।

ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ବିଧାନ-ମଣ୍ଡଳର ମୁଖ୍ୟ ନୁହନ୍ତି କହି ଅନେକ ବିରୋଧୀ ନେତା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା କଥାରେ ଆପତ୍ତି କରିଛନ୍ତି। ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦୀନ୍‌ ଅୱେସୀ ପଚାରିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କାହିଁକି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ନାହିଁ। ପ୍ରଧାନମନ୍ତ୍ରୀ କାହିଁକି ଉଦ୍‌ଘାଟନ କରିବେ। ସେ କାର୍ଯ୍ୟପାଳିକା ମୁଖ୍ୟ ଅଟନ୍ତି, ବିଧାନ-ମଣ୍ଡଳ ମୁଖ୍ୟ ନୁହନ୍ତି। ଆମର କ୍ଷମତା ପୃଥକିକରଣ ବ୍ୟବସ୍ଥା ରହିଛି। ତେଣୁ, ମାନ୍ୟବର ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଉଦ୍‌ଘାଟନ କରିପାରିବେ। ଏହା ସର୍ବସାଧାଣଙ୍କ ଅର୍ଥରେ ନିର୍ମିତ, ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁମାନେ ନିଜସ୍ବ ପାଣ୍ଠିରୁ ଏଥିପାଇଁ ଅର୍ଥ ଦେଇଥିବା ଭଳି ଆଚରଣ କରୁଛନ୍ତି କାହିଁକି?

nis-ad
Leave A Reply

Your email address will not be published.