ମୁଁ ଆପଣଙ୍କ ‘ଅଟୋଗ୍ରାଫ୍‌’ ନେବି: ବାଇଡେନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ଲୋକପ୍ରିୟତା ଦେଖି ତାଙ୍କର ‘ଅଟୋଗ୍ରାଫ୍‌’ ନେବେ ବୋଲି ଶନିବାର ଦିନ ରହସ୍ୟ କରି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ କହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ‘କ୍ବାଡ୍‌’ ବୈଠକ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଯାଇ ଜୋ’ ବାଇଡେନ୍‌ କହିଲେ ଯେ, ଆସନ୍ତା ମାସରେ ୱାସିଂଟନ୍‌ ଡି.ସି.କୁ ‘ଷ୍ଟେଟ୍‌ ଭିଜିଟ୍‌’ରେ ଯିବାକୁ ଥିବା ଏହି ଭାରତୀୟ ନେତାଙ୍କ (ମୋଦୀ) କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବହୁ ବିଶିଷ୍ଟ ନାଗରିକମାନେ ତାଙ୍କୁ (ବାଇଡେନ୍‌) ଅନୁରୋଧ କରୁଛନ୍ତି।

ଜାପାନର ହିରୋସିମାରେ ‘କ୍ବାଡ୍‌’ ବୈଠକ ଚାଲିଥିବା ବେଳେ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଉପସ୍ଥିତ ହୋଇ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଇଚ୍ଛୁକ ବହୁସଂଖ୍ୟକ ବିଶିଷ୍ଟ ନାଗରିକଙ୍କଠାରୁ ଆସୁଥିବା ଅନୁରୋଧ ତାଙ୍କ ପାଇଁ ଚାଲେଞ୍ଜ୍ ପାଲିଟି ଗଲାଣି।

ସେଠାରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଏଲ୍‌ବାନିଜ୍‌ କଥା ଯୋଡ଼ି କହିଲେ, ସିଡ୍‌ନି ‘କମ୍ୟୁନିଟି ରିସେପ୍‌ସନ୍‌’ରେ ୨୦,୦୦୦ ଲୋକ ଧରିବା ଭଳି ସାମର୍ଥ୍ୟ ଅଛି, କିନ୍ତୁ ଏତେ ଅଧିକ ସଂଖ୍ୟାରେ ଅନୁରୋଧ ଆସୁଛି ଯେ, ମୁଁ ସମ୍ଭାଳିବାକୁ ସମର୍ଥ ହେଉନାହିଁ।

ଲୋକପ୍ରିୟତା (ମୋଦୀଙ୍କ) ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଉଭୟ ରାଷ୍ଟ୍ରପତି ବାଇଡେନ୍‌ ଓ ପ୍ରଧାନମନ୍ତ୍ରୀ ଏଲ୍‌ବାନିଜ୍‌ କୌତୁକରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ ଏଲ୍‌ବାନିଜ୍‌ ‘ନରେନ୍ଦ୍ର ମ‌ୋଦୀ ଷ୍ଟାଡିୟମ୍‌’ରେ ୯୦,୦୦୦ ଜନତା କିଭଳି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ତାହା କହିଲେ। ଏକଥା ଶୁଣି ଜୋ’ ବାଇଡେନ୍‌ କହିଲେ, ତା’ହେଲେ ମୁଁ ନିଶ୍ଚୟ ଆପଣଙ୍କର ‘ଅଟୋଗ୍ରାଫ୍‌’ ନେବି।

nis-ad
Leave A Reply

Your email address will not be published.