ଆମ ସଂଘୀୟ ବ୍ୟବସ୍ଥା: ପ୍ରଧାନମନ୍ତ୍ରୀଙ୍କ ସହ କିଛି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ତିକ୍ତ

ନୂଆଦିଲ୍ଲୀ : ମୋଦୀଙ୍କ କଥା ପଡ଼ିଲେ ମଝିମଝିକିଆ ବୋଲି କିଛି ନାହିଁ। ସେ ହୁଏତ ବହୁତ ଭଲ; ନହେଲେ ପୂରା ଖରାପ। ସଂଘ ପରିବାର ଓ ତାଙ୍କ ଫ୍ୟାନ୍‌ମାନେ (ଯୋଉମାନଙ୍କୁ ଅନ୍ଧଭକ୍ତ ବୋଲି ବିରୋଧୀ ଟାହିଟାପରା କରନ୍ତି) ମୋଦୀଙ୍କୁ ବିଶ୍ବଗୁରୁ କହିଲେଣି। ଅନ୍ୟ ପକ୍ଷରେ, ବିରୋଧୀମାନେ ତାଙ୍କୁ ଯାଚ୍ଛାତା ଶୋଧାପକା କରୁଛନ୍ତି। ଅଣ-ବିଜେପି ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ଏମାନଙ୍କ ମଧ୍ୟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ସବୁଠୁ ଆଗରେ। ୨ ହଜାର ଟଙ୍କିଆ ନୋଟ୍ ଉଚ୍ଛେଦ ନିଷ୍ପତ୍ତିକୁ ନେଇ କେଜ୍ରିୱାଲ୍‌ଙ୍କ ଟ୍ବିଟ୍‌ଟିର ଦ୍ବିତୀୟ ପାରାକୁ ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି। ସମ୍ପୂର୍ଣ୍ଣ ପୋଷ୍ଟଟିର ମର୍ମାନୁବାଦ ଏହିପରି: ଆଗ କହିଲେ, ୨୦୦୦ର ନୋଟ୍ ଆଣିଲେ ଭ୍ରଷ୍ଟାଚାର ବନ୍ଦ ହେବ। ଏବେ କହୁଛନ୍ତି, ୨୦୦୦ର ନୋଟ୍ ବନ୍ଦ କରାଗଲେ ଭ୍ରଷ୍ଟାଚାର ଖତମ ହେବ।

ଏଇଥିପାଇଁ ତ ଆମେ କହୁ, ପ୍ରଧାନମନ୍ତ୍ରୀ ଜଣେ ପଢ଼ାଲେଖା ଲୋକ ହେବା ଉଚିତ। ଜଣେ ଅପାଠୁଆ ପିଏମ୍‌କୁ ଯିଏ ଯାହା ପାରିଲା କହିଦେଉଛି। ସେ କିଛି ବୁଝିପାରୁନି। ଭୋଗୁଛନ୍ତି ଲୋକେ।

ପ୍ରତିକ୍ରିୟା ବିଭାଜିତ। ANUPAM MISHRA@scribe9104 କେଜ୍ରିୱାଲ୍‌ଙ୍କୁ ପ୍ରଚଣ୍ଡ ଆକ୍ରମଣ କରି କହିଛନ୍ତି, ସିବିଆଇରେ ଫସିବାର ନିକଟତର ହୋଇଥିବା ଲୋକ ହିଁ ଏମିତି ଆକ୍ରମଣାତ୍ମକ ତଥା ମର୍ଯ୍ୟାଦାରହିତ କଥା କହନ୍ତି। ହେଲେ ଯଦି ଅଶାଳୀନ ଭାଷା କହି କେହି ବଞ୍ଚିଯାଉଥାନ୍ତା, ଆଜି ଲାଲୁ ଜେଲ୍‌ରେ ନ ଥାନ୍ତେ। ଅନୁପମଙ୍କ ଏହି କଥା ପଦକ Arsh Hindustani @PATH_FINDER2012ଙ୍କୁ ବାଧିଛି। ସେ ସିଧା ତୁ-ତା’କୁ ଓହ୍ଲାଇଆସିଛନ୍ତି। କହିଛନ୍ତି, ଆବେ ଭକ୍ତ! ଯାହାକୁ ସିବିଆଇ ଫାସରେ ପକାଏ, ସେ ବିଜେପିରେ ଯୋଗଦିଏ। ଯେମିତି କି ନାରାୟଣ ରାଣେ, ଶୁଭେନ୍ଦୁ ଅଧିକାରୀ, ହିମନ୍ତ ବିଶ୍ବଶର୍ମ୍ମା। କେଜ୍ରିୱାଲ ଖୋଲାଖୋଲି କହୁଛନ୍ତି, ମୋର ଯାହା ଓପାଡ଼ିବାକୁ ଚାହୁଛ ଓପାଡ଼।

nis-ad
Leave A Reply

Your email address will not be published.