ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ…

ଟାଙ୍ଗି: ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍କୁଳ ଗ୍ରାମର ଖେଳ ଶିକ୍ଷକ ଭଵତୋଷ ପରିମାଣିକଙ୍କ ପୋଖରୀରେ ବୁଡି  ଅକାଳ ବିୟୋଗ ହୋଇଛି | ସେ ନିଜ ଗ୍ରାମ ଟାଙ୍କୋଳରେ  ଥିବା ପୋଖରୀକୁ  ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପୋଖରୀରେ ଖସି ପଡିଯାଇଥିଲେ । ଗଭୀର ଜଳରେ  ପଡିଯିବାରୁ  ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଖେଳ ତାଙ୍କୁ ମ୍ରୁତ୍ୟୁ ଘୋଷଣା କରିଥିଲେ ।

ଭବତୋଷ ପରମାଣିକ ୨୬ ବର୍ଷ।  ରଣପୁର ବି.ସି. ହାଇସ୍କୁଲରେ ୨୦୨୧ ମସିହା ଡିସେମ୍ବର ମାସରେ ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ  । ସେ ଅତ୍ୟନ୍ତ , ଛାତ୍ର ବତ୍ସଳ, ପରୋପକାରୀ, କର୍ମଠ ସାହାଯ୍ୟକାରୀ ଶିକ୍ଷକ ଭାବେ ଜଣାଶୁଣା ଥିଲେ । ଖୋର୍ଦ୍ଧା ଡାକ୍ତରଖାନାରେ ଶଵ ବ୍ୟବଚ୍ଛେଦ ପରେ ଗ୍ରାମକୁ ଶବ ଆଣିଥିଲେ ପରିବାର ଲୋକେ । ଖେଳ ଶିକ୍ଷକଙ୍କ ଅକାଳ ବିୟୋଗରେ  ରଣପୁର ଓ  ଟାଙ୍କୋଳ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.