ମଣ୍ଡଳୀ ବ୍ରିଜ୍ ଉପରେ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁବା ନେଇ ଆଶଙ୍କା

ଆଠଗଡ଼: ମଣ୍ଡଳୀ ସେତୁ ଉପରେ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଖବର ମୁତାବକ ଯୁବତୀ ଜଣଙ୍କ ଭୁବନେଶ୍ଵର ସୁନ୍ଦରପଦା ଅଞ୍ଚଳର ଐଶର୍ଯ୍ୟା ପରିଜା ବୋଲି ଜଣା ପଡ଼ିଛି । ସେତୁ ଉପରେ ଆକ୍ଟିଭା ଆଇ ସ୍କୁଟି ରଖି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।  ତେବେ ସୂଚନା ଅନୁଯାୟୀ ଐଶର୍ଯ୍ୟାଙ୍କ ପ୍ରେମ ସଂପର୍କ ଥିବା ତାଙ୍କ ପୁରୁଷ ବନ୍ଧୁ ଭୁବନେଶ୍ଵର ପ୍ରଶାନ୍ତ ବିହାର ଅଞ୍ଚଳର ଆଶୁତୋଷ ସାହୁଙ୍କ ସହିତ ବିବାହ ହେବା ନେଇ ପରିବାର ପକ୍ଷରୁ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଗତକାଲିର ସୂଚନା ମୁତାବକ ଐଶର୍ଯ୍ୟା ତାଙ୍କ ପୁରୁଷ ବନ୍ଧୁ ଆଶୁତୋଷଙ୍କ ସହିତ ବିବାହକୁ ନେଇ ମନମାଳିନ ହୋଇଥିବାରୁ ଆଜି ଏଭଳି କିଛି  ଚରମ ପଦକ୍ଷେପ ନେଇଥିବା ସନ୍ଦେହ ସୃଷ୍ଟି  ହୋଇଛି ।

ତେବେ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍‌, ଗୋଡିସାହି ପୋଲିସ୍‌, ଆଠଗଡ଼ ଅଗ୍ନିଶମ ବିଭାଗ ଓ କଟକ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗତକାଲି ବିଳମ୍ବିତ ରାତି ପର୍ଯ୍ଯନ୍ତ ମହାନଦୀରେ ଖୋଜାଖୋଜି  କରିଥିଲେ ସୁଦ୍ଧା ଐଶର୍ଯ୍ୟାଙ୍କ କୌଣସି ପତ୍ତା ମିଳି ପାରିନଥିଲା । ଅନ୍ଯ ପକ୍ଷରେ ଐଶର୍ଯ୍ୟା ମଣ୍ଡଳୀ ସେତୁରୁ ମହାନଦୀକୁ ଡେଇଁଛନ୍ତି କି ନିଜର ଗାଡ଼ି ରଖି କୁଆଡ଼େ ଚାଲି ଯାଇଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.