ହିଞ୍ଜିଳିକାଟୁ (୨୦।୫) : ସ୍ଵଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରପରିଷଦ ଆଉ ଗୋଟିଏ ପାଦ ଆଗକୁ ବଢାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ମୋ ସ୍ବଛ ସହର, ମୋ ଜୀବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ଅନୁଷ୍ଠାନିକଭାଵେ ଭାବେ ରିବନ କାଟି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଘରର ଅନୁପଯୋଗୀ ଜିନିଷପତ୍ର ଆର ଆର ଆର କେନ୍ଦ୍ର ରେ ଜମାଦିଅନ୍ତୁ ଓ ଅଭାବି ବ୍ୟକ୍ତି ଙ୍କୁ ଲାଭ ପହଞ୍ଚାଇ ସେବାରେ ଲଗାଇବା। ଏନେଇ ବରିଷ୍ଠ ନାଗରିକ ଗୃହ ରେ ସ୍ଵଛ ସାଥୀ, ସ୍ବଛ ଭାରତ ମିଶନ ଯୋଜନାରେ ସାମିଲ ଥିବା ସମସ୍ତ କର୍ମଚାରୀ ଓ ସଫେଇ ଭାଇ ଓ ସଫେଇ ଭଉଣୀ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଏଥିସହ ପୌରପାଳିକା ଅଳିଆ ଆବର୍ଜନା ଵୁହା ଗାଡିକୁ ବ୍ୟବହାର କରିବା ସାହି ସଫା ସୁତୁରା ରଖିବା ରାସ୍ତା ଘାଟ ସଫା ସୁତୁରା ରଖିବା ନିମନ୍ତେ ଲୋକ ମାନଙ୍କୁ ସଚେତନ କରିବାକୁ ନିଷ୍ପତି ନିଆଯାଇ ପ୍ରତି ୱାର୍ଡ଼ ରେ ୱାର୍ଡ଼ ମେମ୍ବର ଙ୍କ ସହ କମିଟି ଗଠନ କରି ୱାର୍ଡ଼ ରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ପ୍ରତି ୱାର୍ଡ଼ ସ୍ଵଛତା ନିମନ୍ତେ ପୌରପ୍ରଶାସନର ଅହରହ ସଂଗ୍ରାମ କରୁଛି ।ଏହି ଭଳି ସବୁଦିନ ସହରକୁ ସ୍ଵଛତା ସରସ ସୁନ୍ଦର ରଖିବାକୁ ଅତିଥୀ ଗଣ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, ସମସ୍ତ ସ୍ବଛସାଥି, ସୁପରଭାଇଜର, ୱାର୍ଡ଼ କମିଟି, ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ସାନିଟେସନ ଏକ୍ସପାର୍ଟ ସମିର ମହାନ୍ତି,ସୁଵାସ ପଟ୍ଟନାୟକ, ଅଭି ଗୌଡ, ବେକାନନ୍ଦ ମହାପାତ୍ର, ଙ୍କ ସହ ସମସ୍ତ ପୌରକର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।