ଗ୍ରାମରେ ପ୍ରଜାକୋର୍ଟ : ନିରିହ ଯୁବକଙ୍କୁ ଚୋର ଭାବି ଗ୍ରାମବାସୀ ମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା…

ହଜି ଗଲା ମାନବିକତା ମରି ଗଲା ମଣିଷ ପଣିଆ..!

ବ୍ରହ୍ମପୁର // ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ବୁଧବାର ମଧ୍ୟ ରାତ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ସୂଚନା ଥାଉକି ଚିଙ୍ଗୁଡ଼ିଘାଇ ଗ୍ରାମର କିଶୋର ନାୟକଙ୍କ ଘର ବାରିପଟେ କିଛି ସବ୍ଧ ହୋଇଥିଲା । କିଶୋର ଙ୍କ ନିଦ ଭାଙ୍ଗିବା ପରେ ଆସି ଦେଖିଲା ବେଳକୁ ଜଣେ ଅପରିଚିତ ଯୁବକ କୁଆଡେ କିଶୋରଙ୍କ ଉପରକୁ ଇଟା ମାରିଥିଲେ। ଏତିକି ବେଳେ କିଶୋର ଚିତ୍କାର କରି ଚୋର ବୋଲି କହିବାରୁ ଗ୍ରାମର କେତେକ ବ୍ୟକ୍ତି କିଛି ନବୁଝି ମେଳି ହୋଇ ଉକ୍ତ ଯୁବକୁ

ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିବାପରେ ଗ୍ରାମର ଏକ ଗଛରେ ବାନ୍ଧି ଦେଇଥିଲେ,ଏବଂ ଅତି ଅମାନୁଷିକ ଭାବରେ ପ୍ରଜାକୋର୍ଟ ରେ ଦଣ୍ଡ ଦେଲାପରି ଗ୍ରାମର ଯୁବକ ଯୁବତୀ ଉପସ୍ଥିତ ରେ ଉକ୍ତ ବ୍ୟକ୍ତି କୁ ମାରି ଦେଇଥିଲେ l ସକାଳେ ଉକ୍ତ ଯୁବକର ହାତବନ୍ଧା ଅବସ୍ଥାରେ ଗ୍ରାମ ନିକଟରେ ଥିବା ଗୋଟିଏ ଗଛ ମୁଳୁ କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ପହଞ୍ଚି ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ସାଇଟିଫିକ ଟିମ ସହ ସନ୍ଧାନୀ କୁକୁର ଆଣି ତଦନ୍ତ କରି ଥିଲେ, ମୃତ ଯୁବକ ଜଣକ ପୁରୀ ଜିଲ୍ଲା ର ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଦୂରା ଗଡ ଗ୍ରାମର ବାହୁଡା । ସାହୁ ବୋଲି ପରିଚୟ ମିଳିଥିଲା ପୋଲିସ ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତକଙ୍କ ପରିବାର ଲୋକ ଥାନାରେ ପହଞ୍ଚି ଏକ ଲିଖିତ ଏତଲା ଦେଇଥିଲେ।ପୋଲିସ ଶବ ଟିକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅଧିକାଂଶ ମୁଖ୍ୟତଃ ଗ୍ରମାଞ୍ଚଳରେ ଲୋକେ ଆଇନକୁ ହାତକୁ ନେଉଥିବା ଦେଖିବାକୁ ମିଳୁଛି। ଥାନାର ଅଧିକାଂଶ କର୍ମଚାରୀ ମାନେ କେବଳ ରାତ୍ର ପେଟ୍ରୋଲିଂ ସହରାଞ୍ଚଳରେ କରୁଥିବା ବେଳେ ଗ୍ରମାଞ୍ଚଳରେ ପୋଲିସ କୌଣସି ଘଟଣା ଘଟିଲେ ହିଁ ଯାଉଥିବା ଯୋଗୁଁ ଲୋକଙ୍କ ପୋଲିସ ଉପରେ ଭରସା ଉଠିଗଲାଣି।ସେଥି ପାଇଁ ନିରିହ ବ୍ୟକ୍ତି ମାନେ ଅକାଳରେ ମୃତୁ ବରଣ କରୁଛନ୍ତି। ଲୋକମାଙ୍କ ପୋଲିସ ପ୍ରତି ଭୟ ଉଠିଯିବା ଫଳରେ ଲୋକେ ଆଇନକୁ ହାତକୁ ନେଉଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲାର ଗ୍ରମାଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡା କଡ଼ି ନକରିଲେ ଆଗାମୀ ଦିନରେ ଏହିଭଳି ନିରିହ ବ୍ୟକ୍ତି ଙ୍କ ଜୀବନ ଅକାଳରେ ଚାଲିଯିବ ।ଆଦିବାସୀ ଅଧୁସିତ ଅଂଚଳରେ ଯେପରି ଲୋକମାନେ ମେଳି ବାନ୍ଧି ଆଇନ କୁ ହାତକୁ ନେଇ ପ୍ରଜାମେଳି ରେ ଦଣ୍ଡ ଦେବାର ଘଟଣା ଏବେ ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳୁଛି।ଏ ନେଇ ପୁରୁଷୋତ୍ତମପୁର ଥାନାରେ କେସ ନୁମ୍ବର ୩୩୩ /0୨୩ u/s 302/201/34 ଧାରାରେ ଏକ ହତ୍ୟା ମାମଲା ରୁଜୁ କରି ଚିଙ୍ଗୁଡ଼ି ଘାଇ ଗ୍ରାମର କିଛି ୧0, ୧୫ ଜଣ ବ୍ୟକ୍ତି କୁ ଅଟକରଖି ତଦନ୍ତ ଚାଲିଛି ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି । ନିରିହ ଯୁବକର ମୃତୁ ଘଟଣା ଶୁଣି ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମର କିଛି ବ୍ୟକ୍ତି ଉକ୍ତ ଘଟଣା କୁ ନେଇ ଭିଡ଼ିଓ କରି ଭାଇରଲ କରି ମଜ୍ଜା ନେଲେ କିନ୍ତୁ କିଏ ବି ମାନବିକତା ଦେଖାଇଲେ ନାହିଁ କାହାର ବି ବିବେକ ବାଧା ଦେଲା ନାହିଁ.? ଗ୍ରାମର ମହିଳା ମାନଙ୍କ ଠାରୁ ଯୁବକ ମାନେ ଯେପରି ଫିଲିମ ସୁଟିଙ୍ଗ ର ଦୃଶ୍ୟ ଦେଖି ଉପଭୋଗ କରୁଛନ୍ତି ସେଭଳି ମନେ ହେଲା ସତରେ କଣ ଆଜି ମାନବିକତା ମରି ଯାଇଛି..? ଉକ୍ତ ଯୁବକ ସେହି ଗାଁ କୁ ଆସିଲା କିପରି..? କଣ ସେ ପ୍ରକୃତ ରେ ଚୋରୀ କରିବା ତାହାର ଉଦେଶ୍ୟ ଥିଲା ନା ଆଉକିଛି..? କିଛି ନପଚାରି ନବୁଝି ଏହି ପରି ଆଇନ କୁ ହାତକୁ ନେଇ ହତ୍ୟା କରିବାକୁ ଅଧିକାର ଦେଲା କିଏ..? ପୋଲିସ ର ପ୍ରତ୍ୟେକ ଗ୍ରାମରେ ପ୍ରାୟ ଗ୍ରାମ ରକ୍ଷୀ ଥାନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସ୍ଥାନୀୟ ପୋଲିସ କୁ କୌଣସି ପରିସ୍ଥିତି କୁ ନେଇ ସୂଚନା ଦେବାକୁ କିନ୍ତୁ ଏଠାରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳିଛି ଏବଂ ପୋଲିସ ର ଗୋଇନ୍ଦା ଗିରି ବି ବିଫଳ ହୋଇଛି କହିଲେ କିଛି ଭୁଲ ହେବ ନାହିଁ ଏହା କଣ ପୋଲିସ ର ଅପାରଗତା ନୁହେଁ କି…? ନା ଏଠାରେ ପୋଲିସ ଚେଇଁ ସୋଇଥିଲା ଯାହା ଫଳରେ ଗୋଟିଏ ନିରୀହ ବ୍ୟକ୍ତି ର ଜୀଵନ ଚାଲିଗଲା ଯାହାକୁ ନେଇ ବୁଦ୍ଧି ଜୀବି ଓ ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ l ଉକ୍ତ ଘଟଣା କୁ ନେଇ ପୋଲିସ କିଛି ବ୍ୟକ୍ତିକୁ ଗିରଫ କରି କୋର୍ଟ କୁ ପଠାଇଛି ସତ କିନ୍ତୁ ଏଠାରେ ସହ ସହ ଲୋକ ଛିଡା ହୋଇ ଯେଉଁ ତାମସା ଦେଖୁଥିଲେ କଣ ସେମାନେ ଦୋଷୀ ନୁହନ୍ତି ? କି ଅପରାଧୀ ନୁହନ୍ତି ? ଦେଖା ଯାଉ ଆଗକୁ ପୋଲିସ କଣ ସବୁ ପଦେକ୍ଷପ ନେଇ କେତେଜଣଙ୍କୁ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା

nis-ad
Leave A Reply

Your email address will not be published.