ମାଲକାନଗିରି (୧୯।୫) : ଗ୍ରୀଷ୍ମ ଋତୁ ଆସିଲେ ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ଉତ୍କଟ ରୂପ ନିଏ । ଅନେକ ସ୍ଥାନରେ ସରକାର ଜଳ କଷ୍ଟ ଦୂର କରିଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକେ କେବଳ ଗ୍ରୀଷ୍ମ ଋତୁ ନୁହେ ବରଂ ବର୍ଷ ତମାମ ଜଳ କଷ୍ଟ ଭୋଗୁଛନ୍ତି । ଏଭଳି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା, ମାଥିଲି ବ୍ଲକ ସାଲିମି ସଦର ପଞ୍ଚାୟତର ମାଦ୍ରି ସାହିରୁ । ସାହିରେ ମୋଟ ପଚାଶ ପରିବାର ଥିଲାବେଳେ ପାଖାପାଖି ତିନି ଶହରୁ ଉର୍ଦ୍ଧ ଲୋକେ ବସବାସ କରୁଛଛନ୍ତି । ତେବେ ଏ ସମସ୍ତଙ୍କ ପାଇଁ ସାହିରେ ମାତ୍ର ଗୋଟିଏ ନଳକୂପ ଅଛି । ତାହା ବି ଚାଳିଶ ବର୍ଷ ତଳେ ଖନନ କରାଯାଇଥିଲା । ସେହି ପୁରୁଣା ନଳକୂପ ଉପରେରେ ବର୍ଷ ବର୍ଷ ଧରି ନିର୍ଭର କରି ଆସୁଛନ୍ତି ଲୋକେ । ନଳକୂପଟି ପୁରୁଣା ହୋଇଯାଇଥିବାରୁ ଘଣ୍ଟା ଘଣ୍ଟା ନଳକୂପରୁ ଜଳ ସଂଗ୍ରହ ପାଇଁ ପରିଶ୍ରମ କରିବା ପରେ ବାହାରୁଛି ପାଣି । ତେବେ ନଳକୂପ ପୁରୁଣା ହେବାରୁ ସେଥିରୁ ବାହାରୁଥିବା ଜଳ ମଧ୍ୟ ଆଇରନ ଯୁକ୍ତ ଓ ଗୋଳି ପାଣି ବାହାରୁ ଥିବାରୁ ଏହା ସବୁ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୌଣସି ବିକଳ୍ପ ନଥିବାରୁ ସେହି ଗୋଳିଆ ପାଣି ବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଛନ୍ତି ଲୋକେ । ଦୂଷିତ ପାଣି ପିଉ ଥିବା ହେତୁ ନାନା ପ୍ରକାର ରୋଗର ଶିକାର ମଧ୍ୟ ହେଉଛନ୍ତି । ତେବେ ବର୍ଷ ତମାମ କଷ୍ଟେ ମଷ୍ଟେ ଜଳ ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଗ୍ରୀଷ୍ମ ଋତୁ ଆସିଲେ ବଢି ଯାଉଛି ଏହି ଜଳ କଷ୍ଟ । ପ୍ରତି ଦିନ ନଳକୂପରେ ଟୋପାଏ ପାଣି ପାଇ ମହିଳା ମାନଙ୍କ ମହା ଭାରତ ସୃଷ୍ଟି ହେଉଛି, ଘଣ୍ଟା ଘଣ୍ଟା ଅପେକ୍ଷା କରି ଲୋକେ ଜଳ ସଂଗ୍ରହ କରୁଥିବା ବେଳେ ଏଠି ପ୍ରତି କାହାର ନିଘା ନଥିବା ଲୋକେ ଅଭିଯୋଗ କରିଛନ୍ତି । ସରକାର ପ୍ରତେକ ଅଞ୍ଚଳ ପାଇଁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଥିବା ସତ୍ବେ ମାଲକାନଗରିରେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠାରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଆଜିବି ଲୋକେ ଦୂଷିତ ପାଣି ପିଉଛନ୍ତି ।
ତେବେ ପାଞ୍ଚ ବର୍ଷ ତଳେ ଗାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିରିଶ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଛି । ସାହି ସାହିକୁ ଜଳ ଯୋଗାଇବା ପାଇଁ ସରକାରୀ ଅର୍ଥରେ ଷ୍ଟାଣ୍ଡ ପୋସ୍ଟ ମଧ୍ୟ ନିର୍ମାଣ କରାଯାଇଛି । ଯେତେ ବେଳେ ଗାଁରେ ପାଣି ଟାଙ୍କି ନିର୍ମାଣ କରାଯାଇଥିବା ଦେଖି ଲୋକେ ବହୁତ ଖୁଶି ହୋଇଯାଇଥିଲା । ବହୁ ବର୍ଷ ପରେ ବିଶୁଦ୍ଧ ଜଳ ପାଇପାରିବେ ବୋଲି ଆସା ବାନ୍ଧିଥିଲେ । କିନ୍ତୁ ଏହା ନିର୍ମାଣ ହୋଇ ଆଜକୁ ପାଞ୍ଚ ବର୍ଷ ବିତି ଗଲାଣି ଏବଂ ଟାଙ୍କି ଜରାଜୀର୍ଣ୍ଣ ହୋଇ ଭୁଶୁଡ଼ି ପଡ଼ିଲାଣି, କିନ୍ତୁ ଲୋକଙ୍କ କାମରେ ଆସୁନଥିବା ଲୋକେ ପ୍ରକାଶ କରିଛନ୍ତି । ତେବେ ଏନେଇ ପଞ୍ଚାୟତ କାଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଛନ୍ତି ଲୋକେ, ଏବଂ ତାଙ୍କ ଗୁହାରି ଜଣାଉଛନ୍ତି । କିନ୍ତୁ ତାଙ୍କ ଗୁହାରି ପ୍ରତି ସ୍ଥାନୀୟ ପ୍ରଶାସନର ନିଘା ନଥିବା ଲୋକେ ଅଭିଯୋଗ କରିଛନ୍ତି । ଏବାବଦରେ ୱାର୍ଡମେମ୍ବର ଅନେକ ବାର ବିଭିନ୍ନ ଅଧିକାରୀଙ୍କୁ ଜଣାଇ ଆସୁଛନ୍ତି, କିନ୍ତୁ ତାଙ୍କ କଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଆଗାମୀ ଦିନରେ ଜଳ ଯୋଗାଇ ଦିଆ ନଗଲେ ଭୋଟ ବର୍ଜନ କରିବେ ବୋଲି ଗାଁ ବାସୀ କଡା ଚେତାବନୀ ଦେଇଛନ୍ତି ଲୋକେ ।