ବଲାଙ୍ଗୀର: ସାବିତ୍ରୀ ଅମାବାସ୍ୟାରେ ଅଘଟଣ। ବୋଲେରୋ ଧକ୍କାରେ ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଦୁଇଜଣ ଶଳା-ଭିଣୋଇ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକ ଠାରେ।
ସୂଚନା ଅନୁସାରେ ବାଇକ୍ ଚାଳକ ରାଜେଶ ପଟେଲ, ଭିଣୋଇ ତୁଳସିରାମ ପଟେଲ ଏବଂ ସୁରଞ୍ଜନ ପଟେଲ ଏକ ବାଇକରେ ରୋତରୁ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ। କରକଚିଆ ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ବାଇକକୁ ଧକ୍କା ଦେଇ ଫେରାର ମାରିଥିଲା। ଦୁର୍ଘଟଣାର ସାମ୍ନା କରିବା ପରେ ତିନି ଜଣ ଯାକ ଛିଟିକି ପଡିଥିଲେ। ନିକଟରେ ଥିବା ବିଦ୍ୟୁତ ବିଭାଗର କର୍ମଚାରୀ ଗୁରୁତର ତିନିଜଣଙ୍କୁ ଉଦ୍ଧର କାରୀ ଲୋଇସିଂହା ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ଭିତରେ ରୋତ ଗାଁ ର ଶଳକ ରାଜେଶ ପଟେଲ, ସଦେଇପାଲି ଗାଁର ଭିଣୋଇ ତୁଳସିରାମ ପଟେଲ ଏବଂ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲ ବୋଲି ଜଣାପଡିଛି। ତିନିଜଣ ଯାକ ରୋତ ରୁ ବଲାଙ୍ଗୀରକୁ କୋଉ କାମରେ ଆସୁଥିଲେ ଜଣାପଡ଼ିନାହିଁ। ତିନିଜଣଙ୍କୁ ହସପିଟାଲ ପହଞ୍ଚାଇଥିବା ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ବୋଲେରୋ ଧକ୍କା ଦେଇଥିବା କହୁଛନ୍ତି। ଲୋଇସିଂହା ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ବୋଲେରୋକୁ କାବୁ କଲେ ରୋତ ଗାଁ ଲୋକେ। ଉତ୍ୟକ୍ତ ଲୋକେ ବୋଲେରକୁ ଭଙ୍ଗାରୁଜା କରିବା ସହିତ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ। ଆହତ ଡ୍ରାଇଭରକୁ ଉଦ୍ଧାର କରିଛି ଲୋଇସିଂହା ପୁଲିସ ଡ୍ରାଇଭରକୁ ଅଟକ ରଖିଛି।