ବଦଳିଲେ ଦେଶର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ ଲଗାତାର ବୟାନ ଦେଉଥିବା କିରନ ରିଜିଜୁଙ୍କଠାରୁ ଆଇନ ମନ୍ତ୍ରଣାଳୟ ନିଆଯାଇ ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍‌ଙ୍କୁ ନୂଆ ଆଇନ୍‌ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କୁ ଭୁ-ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ଗତ ୯ବର୍ଷ ମଧ୍ୟରେ ମୋଦୀ ସରକାରଙ୍କୁ ୫ମ ଥର ପାଇଁ ଆଇନମନ୍ତ୍ରୀ ବଦଳାଇବାକୁ ପଡିଛି । ସୂଚନା ପ୍ରସାରଣ ଏବଂ ପାନୀୟ ଜଳ ମନ୍ତ୍ରାଳୟ ପରେ ଆଇନ ମନ୍ତ୍ରାଳୟରେ ହିଁ ସର୍ବାଧିକ ଥର ପରିବର୍ତ୍ତନ ହୋଇଛି | ମୋଦୀ ସରକାର ଗଠନ ପରେ ରବି ଶଙ୍କର ପ୍ରସାଦଙ୍କୁ ପ୍ରଥମେ ଆଇନ ମନ୍ତ୍ରୀ କରାଯାଇଥିଲା, କିନ୍ତୁ ୧୬୭ ଦିନ ମଧ୍ୟରେ ତାଙ୍କଠାରୁ ଦାୟିତ୍ୱ ନିଆଯାଇଥିଲା | ଏହା ପରେ ଡି.ଭି ସଦାନନ୍ଦ ଗୌଡା ଆଇନ ମନ୍ତ୍ରୀ ହୋଇଥିଲେ। ଗୌଡା ମଧ୍ୟ ଏହି ପଦରେ ପ୍ରାୟ ଦେଢ଼ ବର୍ଷ ରହିଥିଲେ।
ଗୌଡାଙ୍କ ପରେ ରବିଶଙ୍କର ପ୍ରସାଦଙ୍କୁ ପୁନର୍ବାର ଏହି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିଲା | ଏଥର ପ୍ରସାଦ ୫ ବର୍ଷ ଧରି ଏହି ମନ୍ତ୍ରାଳୟର ଦାୟିତ୍ୱରେ ଥିଲେ | ତେବେ ୨୦୨୧ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ପୁଣି ତାଙ୍କୁ ଏହି ମନ୍ତ୍ରାଳୟର ଦାୟିତ୍ବରୁ ହଟାଇଦିଆଯାଇଥିଲା | ରବି ଶଙ୍କର ପ୍ରସାଦଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ସରକାରଙ୍କ ଦ୍ୱାରା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ବିଲ୍ ଆଗତ କରାଯାଇଥିଲା ଯାହାକୁ ୨୦୧୫ରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ୬ମାସ ପରେ ଆଇନ ମନ୍ତ୍ରାଳୟ ସଦାନନ୍ଦ ଗୌଡାଙ୍କଠାରୁ ନିଆଯାଇଥିଲା।

nis-ad
Leave A Reply

Your email address will not be published.