ନିଶା ଔଷଧ ଦେଇ ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଅଟୋ ଡ୍ରାଇଭର

କାମାକ୍ଷାନଗର : ନିଶା ଦେଇ ମହିଳାଙ୍କଠୁ ଲୁଟ୍‌। ଜୋର ଜବରଦସ୍ତ ନିଶା ଔଷଧ ଦେଇ ମହିଳାଙ୍କଠୁ ଲୁଟିନେଲେ ୨୫ ହଜାର ଟଙ୍କା । କାମାକ୍ଷାନଗର ମାଳାପୁରା ଦେହୁରୀସାହିର କୈଳାଶ ଦେହୁରୀଙ୍କ ପତ୍ନୀ ମିନିକା ଦେହୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇ ଅଟୋ ପାଇଁ ଅପେକ୍ଷା କରିଥିଲେ ମିନିକା । ପରେ ଜଣେ ଅଟୋ ଡ୍ରାଇଭର ମିନିକକାଙ୍କୁ କେଉଁଆଡେ ଯିବ ବୋଲି ପଚାରିବା ସହ ମାଳପୂରାରେ ଛାଡିଦେବ କହିଥିଲା ।

ତେବେ ଅଟୋ ମାଳପୂରା ଯିବା ପରିବର୍ତ୍ତେ ରେକୁଳା ରାସ୍ତାରେ ଯାଇଥିଲା । ମିନିକା ଏହାକୁ ବିରୋଧ କରିବା ବେଳେ ଆଉ ୨ଜଣ ଯୁବକ ଅଟୋରେ ବସି ମିନିକାଙ୍କୁ ଜୋର ଜବରଦସ୍ତ ନିଶା ଔଷଧ ଦେଇଥିଲେ । ଏଥିରେ ମିନିକାଙ୍କ ଛାତି, ବେକରେ ଆଘାତ ଲାଗିଛି । ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

nis-ad
Leave A Reply

Your email address will not be published.