ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

କୋରାପୁଟ: ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ପୁଅ ସୁରେନ୍ଦ୍ର ବୁଡିଆର ମୃତ୍ୟୁ ଘଟିଛି। ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି।

ପାରିବାରିକ କଳହ କିମ୍ବା ମାତ୍ରାଧିକ ମଦ୍ୟ ପାନ ଯୋଗୁ ଏଭଳି ବିବତ୍ସ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପ୍ରକୃତ ଘଟଣା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।ଏନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ବାପା ସମରା ବୁଡିଆକୁ ଥାନାରେ ଅଟକ ରଖାଯାଇ ତଦନ୍ତ କାରାଯାଉଥିବା ଜଣାପଡିଛି। ଏନେଇ ଖବର ପାଇ ଦାମନଯୋଡ଼ି ଥାନା ଏଏସଆଇ ଦୀପକ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲେ। ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାକାଣ୍ଡ ସତ୍ୟତା ପଦାକୁ ଆସିବ ବୋଲି କହିଛନ୍ତି ଦାମନଯୋଡି ଥାନା ଅଧିକାରୀ।

nis-ad
Leave A Reply

Your email address will not be published.