ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ: ୧୮ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ଦେଖିପାରିବେ ରେଜଲ୍ଟ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ଅପରାହ୍ନ ୧୨ ଟା ପ ଠାରୁ ଉପଲବ୍ଧ ହେବ ରେଜଲ୍ଟ।

ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁ‌ଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ଗତ ଏପ୍ରିଲ୍ ୩ ତାରିଖଠାରୁ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା । ରାଜ୍ୟରେ ମୋଟ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା।

nis-ad
Leave A Reply

Your email address will not be published.