ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା,ପଦଯାତ୍ରାରେ ଶହ ଶହ ମହିଳା…

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ଵିକୃତି ପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ରେ ଅଞ୍ଚଳ ର ମହିଳା ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସତାଧିକ ମହିଳା ଓ ଅଞ୍ଚଳ ର ଜନସାଧାରଣ କେଳାପଡା ପଞ୍ଚାୟତ କାର୍ଯ୍ୟାଳୟ ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଦ ଦୋକାନ ପାଖରେ ପହଞ୍ଚି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି ମଦ ଦୋକାନ ପାଇଁ ଏହି କେଳାପଡା ଅଞ୍ଚଳ ରେ ଦିର୍ଘଦିନ ଧରି ବିରୋଧ ଲାଗିରହିଥିବା ବେଳେ ଏହି ମଦ ଦୋକାନ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଓ ନବିକରଣ ବନ୍ଦ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ବତନ୍ତ୍ର ଗ୍ରାମ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳ ର ମହିଳା ସଂଗଠନ ମାନଙ୍କ ସହ କେଳାପଡା ଓ ଭୃଙ୍ଗିଯୋଡି ପଞ୍ଚାୟତ ର ସରପଞ୍ଚ ମାନେ ମଧ୍ୟ ଅବକାରୀ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ବହୁବାର ଲିଖିତ ଭାବରେ ଜଣେଇଥିଲେ । ଏହା ସହ ଏହି ମଦ ଦୋକାନ କୁ ବନ୍ଦ କରିବା ପାଇଁ କେଳାପଡା ସରପଞ୍ଚ ଏକ ରିଡ ପିଟିସନ ମଧ୍ୟ ଦାୟାର କରିଥିଲେ । କିନ୍ତୁ କନ୍ଧମାଳ ଜିଲ୍ଲାପାଳ ଏହାକୁ ମଧ୍ୟ ବେଖାତିର କରିବା ସହ ଅଞ୍ଚଳ ର ଜଣେ ଆଦିବାସୀ ମହିଳା ସରପଞ୍ଚ ଙ୍କ ଅନୁରୋଧ ସହ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିବା ସ୍ବତନ୍ତ୍ର ଗ୍ରାମ ସଭା ର ରିପୋର୍ଟ କୁ ମଧ୍ୟ ବେଖାତିର କରି ମଦ ଦୋକାନ ମାଲିକ ଙ୍କ ସହ ସଲାସୁତରା କରି ଲାଇସେନ୍ସ କୁ ନବିକରଣ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଙ୍କ ସହ ଆନ୍ଦୋଳନକାରୀ ମହିଳା ମାନେ । ଅନ୍ୟ ପଟେ ଆଗାମୀ ଦିନରେ ପ୍ରଶାସନ ଏହି ମଦ ଦୋକାନ କୁ ବନ୍ଦ ନ କରନ୍ତି ତାହାହେଲେ ଆନ୍ଦୋଳନ କୁ ତିବ୍ରତର କରିବା ସହ ଅଞ୍ଚଳର ମହିଳା ସଘଠନିକ ମାନେ ରାଜ ରାସ୍ତା କୁ ଓହ୍ଲେଇବା ପାଇଁ ବାଧ୍ୟ ହେବେ ଓ ଯଦି କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାହା ହେଲେ ଜିଲାପାଳ ଦାଇ ରହିବେ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି । ତେବେ ଦିର୍ଘ ତିନି ବର୍ଷ ଧରି ଏହି ମଦ ଦୋକାନ ଟି କେଳାପଡା ଠାରୁ ଭୂଙ୍ଗିଯୋଡି ରାସ୍ତା ର ବୈରିକୁମ୍ପା ଠାରେ ଏହି ମଦ ଦୋକାନ ସ୍ଥାପନ କରାଯାଇଥିବା ବେଳେ ଏହି କନ୍ଧମାଳ ଜିଲ୍ଲା ନୁଆଗାଁ ବ୍ଲକ ସାରଙ୍ଗଡ ଗାଁ ର ସନ୍ତୋଷ ପାଣିଗ୍ରାହୀ ଙ୍କ ନା ରେ ରହିଛି । ମଦ ଦୋକାନ ହେବା ଦ୍ବାରା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବଢି ଚାଲିଥିବା ବେଳେ ସଡ଼କ ଦୁର୍ଘଟଣା ,ଚୋରି, ରାହାଜାନୀ, ଡକାୟତି ଭଳି କାର୍ଯ୍ୟ କଳାପ ବଡ଼ି ବଡ଼ି ଚାଲିଛି ଜାହା ପାଇଁ ଯାହା ପାଇଁ ଏହି ମଦ ଦୋକାନକୁ ନେଇ ସ୍ତାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ଅନ୍ୟ ପଟେ ଏହି ଘଟଣା କୁ ବିଷୟ ରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ପ୍ରବୀର କୁମାର ସାମଲ କୁ ପଚାରିବାରୁ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଆସିଥିବା ଗ୍ରାମ ସଭା ରିପୋର୍ଟ କୋରମ ହୋଇନଥିବା ଯୋଗୁଁ ସମ୍ପୃକ୍ତ ମଦ ଦୋକାନ କୁ ପୁଣିଥରେ ସରକାର ନବିକରଣ ପାଇଁ ଆଦେଶ ଦେଇଥିବା କହିଛନ୍ତି l ତେବେ କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଙ୍କ ନେତୃତ୍ବରେ ହୋଇଥିବା ଏହି ଶାନ୍ତି ପୂର୍ଣ୍ଣ ଶୋଭା ଯାତ୍ରା ରେ କନ୍ଧମାଳ ଜିଲ୍ଲା ର ଜିଲ୍ଲା ନିଶାମୁକ୍ତ ଅଭିଯାନର ଆବାହକ ସୁଧିର କୁମାର ସାହୁ,କେଳାପଡା ପଞ୍ଚାୟତର ସମିତି ସଭ୍ୟ ବୈରାଗୀ କହଁର,କୁଇ ନେତା ତଥା ପୂର୍ବତନ ସରପଂଚ ମହେଶ୍ୱର କହଁର, ସମାଜ ସେବୀ ଅକ୍ଷୟ କୁମାର ନାୟକ, ସମାଜ ସେବୀ ଭ୍ରମର ନାୟକ, କେଳାପଡା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଦୁଃଖି ନାୟକ ,ସାରଙ୍ଗଡ ପଞ୍ଚାୟତ ପୂର୍ବତନ ସରପଂଚ ତଥା କୁଇ ସମାଜ ସଭାପତି ଦିନବନ୍ଧୁ ପ୍ରଧାନ, କେଲାପଡା ଅଂଚଳର ଜଣା ଶୁଣା ସମାଜ ଶେବି ଇଶ୍ୱର ବେହେରା,ମହିଳା ମହା ସଂଘ ସମ୍ପାଦିକା ସୁଯୋତା କହଁରଙ୍କ ସହ ଦୁଇ ଗୋଟି ପଞ୍ଚାୟତ ର ସ୍ବୟଂ ସହାୟକ ଗୋଷ୍ଠୀ ଶହ ଶହ ମହିଳା ଓ ସ୍ଥାନୀୟ ଜନସାଧାରଣ ସାମିଲ ଥିଲେ । ଅନ୍ୟ ପଟେ କନ୍ଧମାଳ ଜିଲ୍ଲାପାଳଙ୍କ କେଳାପଡା ପଞ୍ଚାୟତ ପ୍ରତି ବୈମାତୃକ ମନୋଭାବ ଓ ଜଣେ ଆଦିବାସୀ ମହିଳା ସରପଞ୍ଚଙ୍କ ଅନୁରୋଧ ଓ ସ୍ବତନ୍ତ୍ର ଗ୍ରାମ ସଭାରେ ପାସ ହୋଇଥିବା ପତ୍ର କୁ ଵେଖାତିର କରିବା ଘଟଣାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ସ୍ଥାନୀୟ ଜନ ପ୍ରତିନିଧି I ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.