କାହିଁକି ହାରିଲା କଂଗ୍ରେସ? ୩ ଜଣିଆ କମିଟି ଯିବ ଝାରସୁଗୁଡ଼ା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପରାଜୟର ସମୀକ୍ଷା କରାଯିବ। ହାଇକମାଣ୍ଡ ଏସଂପର୍କରେ ଅବଗତ ଅଛନ୍ତି। ଏଥିଲାଗି ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ। କାହିଁକି ଭୋଟ୍ କମିଲା ସେ ନେଇ ରିପୋର୍ଟ ଦେବ କମିଟି। ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବ।

ଏଣେ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପରାଜୟ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର। ସେ ହାରିବାର କାରଣ କହିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସ ଏଭଳି ଏକ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର କହିଛନ୍ତି। ଏଥିପାଇଁ ସେ ଦଳର ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଦାୟୀ କରିଛନ୍ତି। ନିର୍ବାଚନ ବେଳେ ଦଳ ବିରୋଧୀ ମନ୍ତବ୍ୟ କଂଗ୍ରେସ ପାଇଁ ଘାତକ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ତେଣୁ ମୋକିମ ଓ ଚିରଞ୍ଜୀବୀଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଚିରଞ୍ଜୀବୀ ବିଶ୍ୱାଳ ଓ ତାଙ୍କ ଭାଇଙ୍କୁ ଦଳ ସ୍ୱୀକୃତି ଦେଇ ବିଭିନ୍ନ ପଦ ପଦବୀରେ ବସାଇଥିଲା, ତାଙ୍କ ବାପା ନିଜେ କଂଗ୍ରେସ ଶାସନ ସମୟରେ ସୁପର ଚିଫମିନିଷ୍ଟର ଥିଲେ। ସବୁଆଡୁ ବିଫଳ ହେବା ପରେ ଚିରଞ୍ଜୀବୀ ବାବୁ ଦଳରେ ରହି ଦଳକୁ ଆକ୍ଷେପ କରିବା ନିନ୍ଦନୀୟ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର। ଏହାବାଦ ବିଧାୟକ ମହମଦ ମୋକିମ ମଧ୍ୟ ପିସିସି ସଭାପତି ପଦ ନପାଇବାରୁ ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ ଆଣିଛି। କେବଳ ସେତିକି ନୁହେଁ, ବରଂ ଉଭୟ ନେତା ଅନ୍ୟ ଦଳ ସହ ମିଶି ଉପନିର୍ବାଚନ ପୂର୍ବରୁ ଏଭଳି ମନ୍ତବ୍ୟ ଦେଇଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.