ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର…

ବ୍ରହ୍ମପୁର :  ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ବଞ୍ଚିଗଲା ଯୁବକଙ୍କ ଜୀବନ। ଗତ ୯ ତାରିଖରେ ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ ପାଇପ୍‌ ଭର୍ତ୍ତି କରିଦେଇଥିଲେ ଦୁବ୍‌ୃର୍ତ୍ତ। ପରେ ସେହି ପାଇପ୍‌ ଯୋଗେ ପମ୍ପ ଦେଇ ପବନ ଭର୍ତ୍ତି କରିଦେଇଥିଲେ। ଫଳରେ ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ପରିବାରଲୋକେ ତାଙ୍କୁ mkcgରେ ଭର୍ତ୍ତି କରିଥିଲେ।

ଏକ୍ସରେ ଓ ସିଟି ସ୍କାନ କରାଯିବା ପରେ ଜଣାପଡିଥିଲା ପବନ ପଶିବାରୁ ତାଙ୍କ ଅନ୍ତନଳୀ ଫାଟି ଯାଇଛି। ମଳଦ୍ୱାର ଠାରୁ ପ୍ରାୟ ୨୦ ସେଣ୍ଟିମିଟର ଉପରେ ରହିଥିବା ବୃହତ ଅନ୍ତନଳୀର ତଳ ଭାଗରେ ଥିବା ୩ ସେଣ୍ଟିମିଟର ଅନ୍ତନଳୀ ଫାଟି ଯାଇଛି। MKCGରେ ଗତ ୧୦ ତାରିଖରେ ମୃତ୍ୟଞ୍ଜୟଙ୍କ ଅପରେସନ୍‌ କରାଯାଥିଲା।

୭ ଜଣିଆ ଟିମ୍‌ ପ୍ରାୟ ୩ ଘଣ୍ଟା ଧରି ଅପରେସନ୍‌ କରିଥିଲେ। ଅପରେସନ୍‌ ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ICUରେ ଥିବା କହିଛନ୍ତି ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ାକ୍ତର ଶିବ ପ୍ରସାଦ ଦାସ । ବହୁ ସମୟ ଧରି ପେଟରେ ପ୍ରେସର ପବନ ରହିବାରୁ ମୃତ୍ୟୁଞ୍ଜୟଙ୍କ କିଡନୀ ଉପରେ ପ୍ରଭାବ ପଡିଛି।

nis-ad
Leave A Reply

Your email address will not be published.