ଆସନ୍ତାକାଲିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌

ଭୁବନେଶ୍ବର: ଆସନ୍ତାକାଲିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ । ସପ୍ତାହରେ ତିନି ଦିନ ଚଳାଚଳ କରିବ ଫ୍ଲାଇଟ୍‌ । ସୋମବାର, ବୁଧବାର, ଶୁକ୍ରବାର ଦୁବାଇକୁ ବିମାନ ଉଡ଼ିବ । ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ୍‌ ପାଲଟିଥିବା ଦୁବାଇକୁ ଯିବେ ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ । ଏହି ବିମାନ ଚଳାଚଳ ଲୋକ ଓ ସଂସ୍କୃତିକୁ ଯୋଡ଼ିବା ସହ ବଜାର ଓ ନିବେଶକୁ ଅଧିକ ନିକଟତର କରିବ ।

ଉତ୍କଳ ଦିବସରେ ଟିକେଟ୍‌ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଯାତ୍ରା କରିବେ ଲୋକେ । ଏହାପରେ ଜୁନ୍‌ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ।

nis-ad
Leave A Reply

Your email address will not be published.