ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣା, ସନ୍ଦିଗ୍ଧ ଯୁବକଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର: ଘର ଭିତରେ ତିନି ଜଣଙ୍କୁ ଗଳା କାଟି ହତ୍ୟା । ସେଥିରେ ପୁଣି ଅଛନ୍ତି ଦୁଇ ଜଣ ନିରୀହ ଶିଶୁ । ଇଏ ହେଉଛି ସମ୍ବଲପୁର ଟ୍ରିପଲ ମର୍ଡ଼ର ଘଟଣା । ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମା ଓ ଦୁଇ ଛୁଆଙ୍କୁ ହତ୍ୟା କରି ଘର ଭିତରେ ବନ୍ଦ କରି ଅଭିଯୁକ୍ତ ଫେରାର । ଗତକାଲି ଧନୁପାଲି ଥାନା ସୁନାପାଲି ଅଞ୍ଚଳର ବନ୍ଦ ଘରୁ ୩ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲା । ମୃତକମାନେ ହେଲେ ସାଜିୟା ପରବିନ୍‌, ତାଙ୍କର ୮ବର୍ଷର ପୁଅ ଅବଦୁଲ୍‌ ରେହମାନ ଓ ୬ବର୍ଷର ଝିଅ ହୁମାୟାରା ତୟବା । ସମସ୍ତଙ୍କର ମୃତଦେହକୁ ଚାଦରରେ ଢଙ୍କା ଯାଇଥିଲା ।

୪ ଦିନ ପୂର୍ବେ ହତ୍ୟାର ଶିକାର ହୋଇଥିବା ସାଜିୟା ପରବିନଙ୍କ ମା ସାଜିୟାଙ୍କୁ ଫୋନ କରିଥିଲେ, ହେଲେ ସେ ଉଠାଉ ନଥିଲେ । ଗତକାଲି ଦିନ ପ୍ରାୟ ୪ଟା ସମୟରେ ସାଜିୟାଙ୍କ ମା ଝିଅଙ୍କ ଘରକୁ ଆସିଥିଲେ । କିନ୍ତୁ ଗେଟରେ ତାଲା ପଡିବା ସହ ଘର ଭିତରୁ ଦୁର୍ଗନ୍ଧ ବାହାରୁଥୁଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟ ଓ ସଦର SDPO, ଧନୁପାଲି ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ଶବ ଗୁଡିକୁ ବାହାର କରି ପୋଷ୍ଟ ମୋର୍ଟମ ପାଇଁ ପଠାଇଥିଲା । ଗତ ୬ ମାସ ହେଲା ସଲମାନ ଅହମ୍ମଦ ନାମକ ଜଣେ ଯୁବକ ତାଙ୍କ ଘରେ ଭଡାରେ ରହି ଆସୁଥିଲେ l କିନ୍ତୁ ଏବେ ସେ ଫେରାର ଅଛି । ବର୍ତ୍ତମାନ ଫେରାର ଥିବା ସନ୍ଦିଗ୍ଧ ଯୁବକକୁୁ ଖୋଜୁଛି ପୋଲିସ । ତେବେ ହତ୍ୟା ସମ୍ପତି ପାଇଁ ନା, ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ ।

nis-ad
Leave A Reply

Your email address will not be published.