ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥବା ଶିଶୁ ଉଦ୍ୟାନ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ…

ବ୍ରହ୍ମପୁର : ହେଉଛି ଗଞ୍ଜାମ ର ରେଶମ ସହର l ଏହାର ସୌନ୍ଦଯ୍ୟକରଣ ପାଇଁ ବିଏମସି ପକ୍ଷରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି l ଯେପରି ବିଭିନ୍ନ ୱାର୍ଡରେ ଶିଶୁ ଓ ବୈଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ଛୋଟ ଛୋଟ ପାର୍କ ସହ ବ୍ୟୟାମ ଉପକରଣ ରଖାଯାଇଛି l କିନ୍ତୁ ବ୍ରହ୍ମପୁର ୩୬ ନମ୍ବର ୱାର୍ଡରେ ଏହି ଦେଖିବା ଚିଲିକା ମାଛକୁ ଆକାଶ କଁୟା ସଦୃଶ୍ୟ l ଏହି ୱାର୍ଡ ଅନ୍ତର୍ଗତ ମୁନିସିପାଲିଟି କୋଲନୀ ମୁଖ୍ୟ ରାସ୍ତାରେ ଥିବା ସର୍ବପୁରାତନ ଶିଶୁ ଉଦ୍ୟାନ ଯାହାକି ବହୁ ଦିନ ହେଲା ଜରାଜୀର୍ଣ ଅବସ୍ଥାରେ ପଡିରହିଛି l ଏହି ଉଦ୍ୟାନରେ ରହିଥିବା ଶିଶୁ ମାନଙ୍କ ଆମୋଦ ପ୍ରମୋଦ ସରଞ୍ଜାମ ଗୁଡିକ ନଷ୍ଟ ହେବାରେ ଲାଗିଛି l ଏହି ଉଦ୍ୟାନ ଟି ବର୍ତମାନ ଶିଶୁ ଉଦ୍ୟାନ ବଦଳରେ ରାତି ହେଲେ ମଦ୍ୟପଙ୍କ ଆଡାସ୍ଥଳୀ ପାଲଟିଛି l ଏହି ପାର୍କଟି ପ୍ରତି ସ୍ଥାନୀୟ କର୍ପୋରେଟର ଓ ବିଇଏମସି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

nis-ad
Leave A Reply

Your email address will not be published.