ଗଛକୁ ପିଟିହୋଇ ବାଇକ ଆରୋହୀ ମୃତ


କୁଆଁରମୁଣ୍ଡା(୧୨/୦୫) : ଆଜି ସନ୍ଧ୍ୟାରେ କୁଆଁରମୁଣ୍ଡା ବ୍ଳକ ଉସରା ପଂଚାୟତ ଅର୍ନ୍ତଗତ ବ୍ରାହ୍ମଣ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବସ୍ତିରେ ରହୁଥିବା ଚନ୍ଦୁ ଗୌଡ ଙ୍କ ପୁଅ ବିକାଶ ଗୌଡ (୩୦) ଏକ ହଣ୍ଡାସାଇନି ବାଇକ ରେ ଘରୁ ବାହାରି କୁଆଁରମୁଣ୍ଡା ଯିବା ବାଟରେ ଏକ ଗଛକୁ ପିଟିଦେଇ ଥିଲା । ଫଳରେ ବିକାଶ ଗୌଡ ର ମୁଣ୍ଡ ଗଛରେ ପିଟିହୋଇ ମୁଁହ ଆଖି ସମ୍ପୁର୍ଣ ନଷ୍ଟ ହୋଇ ଯାଇଥିଲା । ବସ୍ତି ବାସିନ୍ଦାଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଡାକି ରାଉରକେଲା ଜେନେରାଲ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇ ଥିଲା । ଚିକିତ୍ସିତ ସମୟରେ ପ୍ରାଣବାୟୁ ଚାଲିିଯିିବାରୁ ଡକ୍ଟର ମୃତ ଘୋଷଣା କରିଦେଇ ଥିଲେ । କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ସମେତ ଉପସ୍ଥିତ ରହି ଶବକୁ ପୋଷ୍ଟ ମଟମ ପାଇଁ ପଠାଇ ଥିଲେ ।

nis-ad
Leave A Reply

Your email address will not be published.