କାଶିପୁର ବ୍ଲକ ବିଭିନ୍ନ ମୌଳିକ ସୁବିଧା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ସ୍କୁଲ, ଅଙ୍ଗନବାଡି ଭିତ୍ତିଭୂମି, ପ୍ରତି ପରିବାର କୁ ପନିପରିବା ବିହନ ପୋଷଣ ଯୋଜନା ଲାଗୁ କରିବା,ରାସ୍ତା ଘାଟ, ପ୍ରଧାନମନ୍ତ୍ରୀ ଆବାସ, ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ମନୋରେଗା,ବ୍ୟାଙ୍କ ମିତ୍ର ମାଧ୍ୟମରେ ଘରକୁ ଯାଇ ଭତା ଦେବା, ପ୍ରତି ପଞ୍ଚାୟତ ରେ ମଣ୍ତିସ୍ଥାପନ ଆଦି ଦାବୀ ନଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି | ନଜାଗରଣ ମଞ୍ଚ ର ସଦସ୍ୟମାନେ ଦୁଇ ମାସ ଧରି ବିଦ୍ୟାଳୟ ର ତଥ୍ୟ ସଂଗ୍ରହ କରି ଥିଲେ | ସରକାର ଙ୍କ ତଥ୍ୟ ଅନୁସାରେ କାଶିପୁର ବ୍ଲକ ରେ ମୋଟ ବିଦ୍ୟାଳୟ ସଂଖ୍ୟା ୩୧୧ | ସରକାରୀ ତାଲିକା ରେ ରେଙ୍ଗା ପଞ୍ଚାୟତ ଅନ୍ତର୍ଗତ ମୋହୁଲକଣା ଗ୍ରାମ ରେ ବିଦ୍ୟାଳୟ ଅଛି, ବାସ୍ତବରେ ଗ୍ରାମ ରେ ବିଦ୍ୟାଳୟ ନାହିଁ ଏହାର ତଦନ୍ତ,ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜନ ଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ଆଜି କାଶିପୁର ବ୍ଲକ ସଭାପତି ଯୁଦେଷ୍ଟି ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷମାନେ ହନୁମାନ ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ରେ ଆସି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ କୁମ୍ବ୍ରିକା ,ଜଗାଣ ଅଧିକାରୀ ସତ୍ୟନାରାୟଣ ଭୋଇ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ଉକ୍ତ ଦାବୀ ପତ୍ରରେ ସଂଗଠନ ଉଲ୍ଲେଖ କରିଛି ଯେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖାଦେଇଛି l ତାହାକୁ ଆଖିଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଇବା ଏବଂ ଯେଉଁ ଗ୍ରାମ ଗୁଡିକରେ ଜଳ ସଙ୍କଟ ଥିବ ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯାଉ l ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ,ମିନି ଅଙ୍ଗନବାଡି ଖୋଲାଯାଉ ଓ ଅଙ୍ଗନବାଡ଼ି କେନ୍ଦ୍ର ର ଭିତ୍ତିଭୂମି ନିର୍ମାଣ କରାଯାଉ , ସ୍କୁଲ ଗୁଡିକ ରେ ଶିକ୍ଷକ, ଶ୍ରେଣୀ କୋଠରୀ, ପାଇଖାନା,ଖେଳ ପଡିଆ, ରୋଷେଇ ଘର, ବିଦ୍ୟୁତ ସଂଯୋଗ, ପାଚେରୀ ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ l ପ୍ରତି ପରିବାର ର ପୋଷଣ ରକ୍ଷା ପାଇଁ ପ୍ରତି ପରିବାରକୁ ପନିପରିବା ବିହନ ଯୋଗାଇ ଦିଆଯିବା ଆଦି ଦାବୀ ରହିଛି lଏହି ଶୋଭାଯାତ୍ରାରେ ସ୍କୁଲ କମିଟି,ଅପାରାଓ ମାଝୀ, ବୃନ୍ଦାବନ ଝୋଡିଆ,ସାବି ଝୋଡିଆ,ନାଥ ଚାଳାନ, ପିତବାସ ଝୋଡିଆ,ସଦା ଝୋଡିଆ,ରାୟମାଳ ମାଝୀ, ରଞ୍ଜନ ଟାକିରି ଲବ ନାଏକ, ସୀମାଞ୍ଚଳ ନାଏକ, କେଶବ ମାଝୀ,ପାଇକ ମାଝୀ,ସଦା ମାଝୀ ଶୁରତ ଗୋପାଳ, ବିଶେନ୍ଦ୍ର ନାଏକ, ଭାଗିରଥି ସାହୁ, ଇନ୍ଦୁମତି ଖରା,ପଦମନ ମାଝୀ,ସତନ ମାଝୀ,ସଂଗଠନର ସଭାପତି ଯୁଦେଷ୍ଟି ନାୟକ ଓ ସଦସ୍ୟା/ ସଦସ୍ୟ ପ୍ରମୁଖଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ପରିଚାଳିତ କରାଯାଇଥିଲା l

nis-ad
Leave A Reply

Your email address will not be published.