ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ମୋଚା’

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ମୋଚା ଆହୁରି ଘନୀଭୂତ ହୋଇ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଗୁରୁବାର ଅପରାହ୍ଣ ସାଢେ ୫ଟା ସୁଦ୍ଧା ଏହା ପୋର୍ଟ ବ୍ଲେୟରର ପଶ୍ଚିମରେ ୫୨୦ କିଲୋମିଟର ଦୂରରେ ଓ ବାଂଲାଦେଶର କକ୍ସବଜାରର ଦକ୍ଷିମ,ଦକ୍ଷିଣ-ପଶ୍ଚିମ ଦିଗରେ ୧୧୦୦ କିଲୋମିଟର ଦୂରରେ ଥିଲା ।
ଏହା ଆସନ୍ତା କାଲି ଅର୍ଥାତ ମେ ୧୨ ତାରିଖ ସକାଳ ସୁଦ୍ଧା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ଓ ଉତ୍ତର ଦିଗରେ ଗତି କରିବ । ପରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବ ୧୪ ମେ ମଧ୍ୟାହ୍ନରେ ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାକପିଉ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ ଓ ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ଝଟକା ଦେବ ।

ତେବେ ଭାରତର ପୂର୍ବ ଉପକୂଳ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ତେବେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରୁ ନଯିବାକୁ ପରାମର୍ଶ ଦିଆଯାଇଛି ।

nis-ad
Leave A Reply

Your email address will not be published.