ଜୟପୁର : ଆଉ କିଛି ମାସ ପରେ ଭୋଟ ଦେବ ରାଜସ୍ଥାନ। ଏହାପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁସ ହେଉଥିବା ରାଜସ୍ଥାନରେ ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ରାଜସ୍ଥାନର ନାଥଦୱାରାରେ ରୋଡ ଶୋ’ କରିବା ସହ ୫,୫୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ଲଞ୍ଚ କରିଛନ୍ତି।
ଏହାକୁ ଲଞ୍ଚ କରିବା ପରେ ସେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମେଗା ପ୍ରକଳ୍ପ ଲଞ୍ଚ କରିଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ମଧ୍ୟ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ମୁଁ ୫,୫୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦାଘାଟନ ଓ ଭିତ୍ତିଭୂମିର ଶିଳାନ୍ୟାଶ କରିଛି। ଏହି ସବୁ ବିକାଶମୂଳକ ପ୍ରକଳ୍ପ ପାଇଁ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆମ ସରକାର ରାଜସ୍ଥାନକୁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବାକୁ ଫୋକସ କରୁଛି।”
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି। ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ଆଜି ଜାତୀୟ ରାଜପଥ ଓ ରେଳବାଇ ପ୍ରକଳ୍ପ ଆରମ୍ଭ କରିଥିବାରୁ ମୁଁ ବହୁତ ଖୁସି। ଭଲ କାମ ରାଜସ୍ଥାନରେ ହେଉଛି।
ରାଜସ୍ଥାନରେ ଭଲ ରାସ୍ତା ରହିଛି। ପୂର୍ବରୁ ଆମେ ଗୁଜରାଟ ସହ ପ୍ରତିଯୋଗିତା କରୁଥିଲେ ଓ ଭାବୁଥିଲେ ଯେ ଆମେ ପଛରେ ରହିଛୁ। କିନ୍ତୁ ଏବେ ଆମେ ଆଗକୁ ବଢ଼ିପାରିଛୁ।”
ଆଜି ଲଞ୍ଚ ହୋଇଥିବା ପ୍ରକଳ୍ପ ପୂରା ଅଞ୍ଚଳରେ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ରାସ୍ତା ଓ ରେଳ ପ୍ରକଳ୍ପ ଦ୍ୱାରା ପରିବହନ ଠାରୁ ଆରମ୍ଭ କରି ଯାତାୟତ ବ୍ୟବସ୍ଥା ଅଧିକ ବିକଶିତ ହୋଇପାରିବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ରାଜସାମନ୍ଦ ଓ ଉଦୟପୁର ରାସ୍ତାକୁ ଦୁଇ ଲାଇନ ବିଶିଷ୍ଟ କରିବାକୁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ଉଦୟପୁର ରେଳ ଷ୍ଟେସନର ପୁନଃ ନବୀକରଣ କାମକୁ ମଧ୍ୟ ସେ ସବୁଜ ସଙ୍କେତ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.