ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁରର ସୁଜ୍ଞାନୀ ସ୍ୱାଇଁ । ସୁଜ୍ଞାନୀ ପଦ୍ମାବତୀ ଛାତ୍ରୀ ନିବାସରେ ରହି ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ । ଛାତ୍ରୀ ନିବାସରେ ନିଜ ରୁମରେ କେହି ନଥିବା ସମୟରେ ଆତ୍ମହତ୍ୟା କରିଛନ୍ତି ।

ସୁଜ୍ଞାନୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟଥିବା ବେଳେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଦାର କରି ତଦନ୍ତ ଆରମ୍ଭ କରିଛି । ସେପଟେ ହଷ୍ଟେଲରୁ ଖବର ପାଇଁ ସୁଜ୍ଞାନୀଙ୍କ ବାପା ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ସେ ଜାଣିନଥିବା କହିଛନ୍ତି ।

nis-ad
Leave A Reply

Your email address will not be published.