ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା ; ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଚାଲିଗଲା ବିଜୁଳି । ବାରିପଦା ନିକଟ ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ଭାଷଣ ଦେବାର କିଛି ସମୟ ପରେ ଅଚାନକ ବିଜୁଳି ଚାଲି ଯାଇଥିଲା । କୌଣସି ବିକଳ୍ପ ବ୍ୟବସ୍ଥା ହୋଇ ପାରିନଥିଲା । ତେଣୁ ଅଳ୍ପ ଆଲୁଅରେ ନିଜର ଭାଷଣ ଜାରି ରଖିଥିଲେ ମହାମହିମ । ତେବେ ଘଟଣାକୁ ସକାରାତ୍ମକ ଭାବେ ନେଇ ପରିସ୍ଥିତି ସହ ନିଜକୁ ଖାପଖୁଆଇ ନେଇଥିଲେ ଏବଂ କବିତାଟିଏ ଗାଇଥିଲେ । ମାୟାଧର ମାନସିଂହଙ୍କ ଅନୁବାଦ କବିତାରୁ ପଦେ ଗାଇଥିଲେ ରାଷ୍ଟ୍ରପତି। ‘ସୁନ୍ଦର ଯେତିକି ଅନ୍ଧାର ସେତିକି ଏଇ ଯେ ଗହନ ବନ… ତେଣୁ ତୁ ଆପଣା ସଂକଳ୍ପେ ଅଟଳ, ଅଚଳ ରହରେ ମନ |

ପାଖାପାଖି ୧୦ ମିନିଟ୍‌ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି। ମିଳିଥିବା ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପାୱାର ଟ୍ରିପ୍ ଥିଲା । ବିଜୁଳି ଚାଲିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ’ । ଏହା ଭିତରେ ୮ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ୯୦ ଜଣ ଗବେଷକଙ୍କୁ ପିଏଚଡି ଓ ୩୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ।

nis-ad
Leave A Reply

Your email address will not be published.