ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ନୁହେଁ କୋଭିଡ୍, କିନ୍ତୁ ବିପଦ ଟଳିନି:  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା: ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ କୋଭିଡ୍ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ । ୨୦୨୦ ଜାନୁଆରି ମାସରେ ହୁ କୋଭିଡକୁ ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ଘୋଷଣା କରିଥିଲା ଓ ତାହାର କିଛି ଦିନ ପରେ ଏହାକୁ ମହାମାରୀ ଘୋଷଣା କରିଥିଲା ।
ହୁ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧୋନମ ଗେବ୍ରେସସ କହିଛନ୍ତି, ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି ୧୫ତମ ଥର ପାଇଁ ବୈଠକ କରିଥିଲା । ଏଥିରେ କୋଭିଡ୍-୧୯କୁ ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ପରିସର ବାହାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୁଁ କମିଟିର ପରାମର୍ଶକୁ ଗ୍ରହଣ କରିଛି। ”

ସଂଗଠନ କହିଛି ଯେ ୩୦ ଜାନୁଆରୀ ୨୦୨୦ରେ କୋଭିଡକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ତେବେ କରୋନା ଏବେ ବି ବିଶ୍ୱସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି । ସଂଗଠନ ଅନୁଯାୟୀ, ଯେତେବେଳେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା, ସେତେବେଳେ ଚୀନରେ ୧୦୦ରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ କାହାର ମୃତ୍ୟୁ ହୋଇନଥିଲା । କିନ୍ତୁ ତିନି ବର୍ଷ ପରେ ଏହି ସଂଖ୍ୟା ୭ ନିୟୁତକୁ ବୃଦ୍ଧି ପାଇଛି ।

nis-ad
Leave A Reply

Your email address will not be published.