ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା : ପ୍ରଚାର ମୈଦାନାକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି । ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିବା ସମ୍ଭାବନା ରହିଛି । ନିର୍ବାଚନୀ ସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ସୂଚନା ମିଳିନି ।

ପ୍ରଚାରରେ ଦୁଲୁକୁଛି ଝାରସୁଗୁଡ଼ା । ବିଜେଡି ନେତା ଓ କର୍ମୀଙ୍କ ଗହଣରେ ମାରାଥନ୍‌ କ୍ୟାମ୍ପେନ୍‌ କରୁଛନ୍ତି ଦୀପାଳି ଦାସ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅଧିକ ଜୋସ ଭରିବ ।

nis-ad
Leave A Reply

Your email address will not be published.