ଭୁଶୁଡ଼ିଲା ବ୍ରିଟିଶ ଅମଳର ବାହୁଦା ନଦୀ ବ୍ରିଜ୍‌, ଯାତାୟାତ ଠପ୍

ବ୍ରହ୍ମପୁର:  ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଇଚ୍ଛାପୁର ନିକଟରେ ଥିବା ପୁରାତନ ବାହୁଦା ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । କେହି ଆହତ ହୋଇନଥିବା ସୂଚନା ମିଳିଛି। ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା ।

ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରିଯାନ ଚଳାଚଳକୁ ବାରଣ କରିଥିଲେ । ହେଲେ ଆଜି ସକାଳୁ ପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ଇଚ୍ଛାପୁର ଓ ପାତ୍ରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

nis-ad
Leave A Reply

Your email address will not be published.