ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଫାର୍ମ ହାଉସ୍‌ରୁ ଉଦ୍ଧାର

ଚାନ୍ଦବାଲି: ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଉଦ୍ଧାର । ଚାନ୍ଦବାଲି ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ନବମ ଶ୍ରେଣୀ ଛାତ୍ର ଉଦ୍ଧାର । ଭଦ୍ରକ ରମ୍ଭିଳାରେ ଥିବା ଫାର୍ମ ହାଉସ୍‌ରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରକୁ ଉଦ୍ଧାର କଲା ବାଂଶଡ଼ା ପୋଲିସ । ଘଟଣାର ଅଧିକ ଖୋଳତାଡ଼ କରୁଛି ବାଂଶଡା ପୋଲିସ ।

ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗାଁର ସବିତା ଦାସଙ୍କ ପୁଅ ମାନସ ଗତ ଏପ୍ରିଲ ୬ ତାରିଖରୁ ନିଖୋଜ ଥିଲେ । ଦୁଇ ଦିନ ପରେ ଏପ୍ରିଲ ୮ ତାରିଖରେ ମା ସବିତା ଏ ନେଇ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମା’ଙ୍କ ଅଭିଯୋଗ ଅନୁସାରେ ବଡ଼ ବାପା ଲମ୍ବୋଦର ଜୁଆ ଖେଳିବା ପାଇଁ ମାନସକୁ ଏକ ଫାର୍ମ ହାଉସ୍‌ରେ ଜଣକ ପାଖରେ ବନ୍ଧକ ରଖିଥିଲେ । ୧୪ ବର୍ଷର ମାନସକୁ ମୋବାଇଲ୍‌ ଦେବାର ଲୋଭ ଦେଖାଇ ନେଇ ଯାଇଥିବା ମା’ ସବିତା କହିଛନ୍ତି ।

nis-ad
Leave A Reply

Your email address will not be published.