ସୁଦାନରୁ ଜନ୍ମମାଟିକୁ ଫେରିଲେ ଗୋଟିଏ ପରିବାରର ୪ ପ୍ରବାସୀ ଓଡ଼ିଆ…

ଜୟପୁର: ଏପ୍ରିଲ ୧୫ ତାରିଖ ଠାରୁ ସୁଦାନରେ ସଂଘର୍ଷ ଜାରି ରହିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢ଼େଇ ବଳବତ୍ତର ରଖିଛନ୍ତି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ ଖାରତୁମ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର ସଂଗ୍ରାମରେ ସାଧାରଣ ଲୋକମାନେ ବି ବଳି ପଡ଼ୁଛନ୍ତି। ଲଢ଼େଇ ପୁଣି ତୀବ୍ର ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଅଂଚଳର ଲୋକଙ୍କ ନିକଟରେ ଜରୁରୀ ସହାୟତା ବି ପହଞ୍ଚି ପାରୁନାହିଁ। ରାଜଧାନୀ ଖାରତୁମ୍‌ରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି। ମୁଠାଏ ଖାଇବାକୁ ମିଳୁ ନାହିଁ। ବାହାରକୁ ବାହାରିବା ମାତ୍ରକେ ଗୁଳିଗୋଳା, ମିଶାଇଲ୍ ଓ ମୋଟର ଲଂଚର। ଏହି ପରିସ୍ଥିତିରେ ଦେଶ ଛାଡ଼ି ହଜାର ହଜାର ଲୋକ ପଳାୟନ କରୁଥିବା ବେଳେ ଭାରତ ପକ୍ଷରୁ ସେଠାରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରାଯାଉଛି। ଏହାରି ଭିତରେ ଭାରତ ସରକାରଙ୍କ ଅପରେସନ କାବେରୀ ମାଧ୍ୟମରେ ୪ ଜଣ ପ୍ରବାସୀ ଓଡ଼ିଆ ଜୟପୁର ଫେରିଛନ୍ତି।

ଭାରତୀୟମାନଙ୍କ ସହିତ ଜୟପୁରର ଏକ ପରିବାର ୧୦ଦିନ କାଳ ଜୀବନମୃତ୍ୟୁ ସହ ଲଢ଼େଇ କରିଛନ୍ତି। ଏବେ ସେମାନେ ସେଠାରୁ ଆସି ଜୟପୁରରେ ପହଞ୍ଚିଛନ୍ତି। ଏମାନେ ହେଲେ ସ୍ଥାନୀୟ ମାଦଳାସାହିର ଅମିତ ଲେଙ୍କା, ତାଙ୍କ ପତ୍ନୀ ନମିତା ପଟ୍ଟନାୟକ, ୪ବର୍ଷର ପୁଅ ଓ ୧୧ବର୍ଷର ଝିଅ। ଏମାନେ ଗତ ୧୫ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଯେଉଁ ଦୁର୍ଦ୍ଦଷା ଅନୁଭବ କରୁଛନ୍ତି ତାହା କହିବା ବହୁତ ମୁସ୍କିଲ ବୋଲି କହିଛନ୍ତି ଅମିତ। ୧୦ଦିନ କାଳ ଜୀବନ ଓ ମୃତ୍ୟୁ ଏମାନଙ୍କ ଅତି ପାଖ ଦେଇଯାଇଥିବା କହିଛନ୍ତି ଅମିତ।

ଗତ ୧୫ତାରିଖ ଦିନ ଖାରତୁମରେ ଗୋଟିଏ ବସରେ ୮୦୦ କିଲୋମିଟର ଯାତ୍ରା କରିବା ପରେ ପୋର୍ଟସୁଦାନ ଆସିଥିଲେ। ପୋର୍ଟ ସୁଦାନରୁ ଏମାନେ ସାଉଦି ଆରବର ଜେଦାହକୁ ବିମାନରେ ୨୫ତାରିଖରେ ଆସିଥିଲେ। ସେଠାରୁ ମୁମ୍ବାଇ ୨୬ତାରିଖରେ ପହଚିଂବା ପରେ ବିଶାଖାପାଟଣା ଦେଇ ଜୟପୁରରେ ପହଚିଂଛନ୍ତି ଏହି ପରିବାର। ଗତ ବର୍ଷକ ହେବ ସୁଦାନର ଏକ ଅର୍ନ୍ତଜାତୀୟ କଂପାନି ଡାଲ ଗୃପରେ ସଫ୍ଟୱେୟର ଇଂଜିନିୟରଭାବେ କାମ କରୁଛନ୍ତି।

nis-ad
Leave A Reply

Your email address will not be published.