ବସ୍‌ ଦୁର୍ଘଟଣାରେ ଆଇଆରବି ଯବାନଙ୍କ ମୃତ୍ୟୁ

ଖୋର୍ଦ୍ଧା: ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ତରତୁଆ ଠାରେ ଥିବା ଆଇଆରବି ବାଟାଲିଅନ୍‌ର ଯବାନ ବିଶ୍ୱମ୍ବର ମନ୍ତ୍ରୀ(୫୦)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ସଂଧ୍ୟା ପ୍ରାୟ ୬ଟା ବେଳେ ବିଶ୍ୱମ୍ବର ମୋଟରସାଇକଲରେ ଖୋର୍ଦ୍ଧାରୁ ନିଜର ବାଟାଲିଅନ କାର୍ଯ୍ୟାଳୟକୁ ଯାଉଥିଲେ।

ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ନୟାଗଡ଼ରୁ ଖୋର୍ଦ୍ଧା ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ (ଓଡି୦୨ସିଏ୩୪୩୫)କୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ। ଫଳରେ ଛିଟିକି ହୋଇ ଦୂରକୁ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ବିଶ୍ୱମ୍ବରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶ୍ୱମ୍ବରଙ୍କ ଘର ଜଗତସିଂହପୁରର କୁଜଙ୍ଗ ଅଟେ । ତାଙ୍କର ପତ୍ନୀ ଓ ୧୯ ବର୍ଷର ଏକ ପୁତ୍ର ସନ୍ତାନ ରହିଛି।

nis-ad
Leave A Reply

Your email address will not be published.