ମୌଲାନା କୈଫି ଖାନ୍‌ଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ

କଟକ: ରିମାଣ୍ଡରେ ଆସିବ ଠକ ତାନ୍ତ୍ରିକ। କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଦେଲେ ଅନୁମତି। ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ମଙ୍ଗଳାବାଗ ଥାନା ପୋଲିସ। ସିଟି ଜେ. ଏମ୍.ଏଫ.ସି କୋର୍ଟ ରେ ରିମାଣ୍ଡ ଆବେଦନ କରାଯାଇଥିଲା। ଠକେଇ ଅଭିଯୋଗରେ ଗିରଫ ମୌଲାନା କୈଫି ଖାନ୍‌ଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟିବାରେ ସମ୍ଭାବନା ରହିଛି ।

ଏବେ ମୌଲାନା ପୋଲିସ ହେପାଜତରେ ଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ ପାଞ୍ଚଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କମିଶନରେଟ୍‌ ପୋଲିସ । ହେଲେ ସିଟି ଜେଏମ୍‌ଏଫ୍‌ସି କୋର୍ଟ ପାଞ୍ଚଦିନିଆ ପରିବର୍ତ୍ତେ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି ।

nis-ad
Leave A Reply

Your email address will not be published.