ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ଅଛି, ବିଜେପି ସଂକୀର୍ଣ୍ଣ ରାଜନୀତି କରୁଛିି: ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର :ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ସହରରେ ଭାଇଚାରାର ସମ୍ପର୍କ ଫେରିଛି। ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। BJPର କିଛି ତୁଙ୍ଗନେତା ଭେଦଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି BJP ଏଭଳି କରୁଛି।

ବିଜେପିର ଏଭଳି ହୀନ ଉଦ୍ୟମ ନିନ୍ଦନୀୟ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ସମ୍ବଲପୁରରେ ବିଜେପିର କିଛି ଭିତ୍ତିଭୂମି ନାହିଁ । ସଂକୀର୍ଣ୍ଣ ରାଜନୀତି ଉଦ୍ଦେଶ୍ୟରେ ସମ୍ବଲପୁର ଗସ୍ତ କରୁଛି କେନ୍ଦ୍ରୀୟ ଟିମ୍‌ । ଲକ୍ଷ୍ମୀପୁର ଖେରି ଓ ହାଥରସ ପ୍ରସଙ୍ଗ ଉଠାଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେଠାକୁ କାହିଁକି ବିଜେପି ପ୍ରତିନିଧି ଦଳ ଯାଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

nis-ad
Leave A Reply

Your email address will not be published.