ଅନନ୍ୟା ଦାସଙ୍କ ସହ ଚଞ୍ଚଳ ରାଣାଙ୍କ ଆଜି ବାହାଘର

ବଲାଙ୍ଗୀର :ଆଜି ଆଇଏଏସ ଯୋଡିଙ୍କ ବାହାଘର । ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରାଣା । ତା ପୂର୍ବରୁ ଉଭୟଙ୍କ ସଙ୍ଗୀତର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜ଼ିଲ୍ଲାପାଳ ଯୋଡି ଡ୍ୟାନ୍ସ କରୁଥିବାର ଭିଡିଓ ଆସିଛି। ଅନନ୍ୟା ଲାଇଟ ପିଙ୍କ କଲର ଲେହେଙ୍ଗାରେ ଡ୍ୟାନ୍ସ କରୁଛନ୍ତି ।

ସେହିପରି ବ୍ଲୁ କଲରର ସେରଓ୍ଵାନୀ ପିନ୍ଧି ରେମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଜବ୍‌ ଉଇ ମେଟ୍‌ ମୁଭିର ରୋମାଣ୍ଟିକ୍‌ ସଙ୍ଗ୍‌ ତୁମ୍‌ ସେ ହି….ଗୀତରେ ଡ୍ୟାନ୍ସ କରୁଛନ୍ତି ଆଇଏଏସ ଯୋଡି । ଆଜି ସନ୍ଧ୍ୟାରେ ଆସାମୀ ଗ୍ଵହାଟୀ ସ୍ଥିତ ହୋଟେଲ ରାଡିସନ ବ୍ଲୁରେ ଗ୍ରାଣ୍ଡ ମ୍ୟାରେଜ ହେବ ।

nis-ad
Leave A Reply

Your email address will not be published.