ଖଣ୍ଡାଧାର ଜଳପ୍ରପାତରୁ ୨୦୦ ମିଟର ତଳକୁ ଖସି ଯୁବକଙ୍କ ମୃତ୍ୟୁ

ବଣାଇ : ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ। ନେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଖଣ୍ଡାଧାରକୁ ବୁଲିଆସିଥିବା ତିନି ଜଣ ସାଙ୍ଗ ସେଠାରେ ଝରଣାରେ ଗାଧୋଇବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ିଥିଲେ। ପାହାଡ଼ ମଝିରେ ଅଟକି ରହି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

କିନ୍ତୁ ଏବେ ଉଦ୍ଧାର କାର୍ଯ୍ୟ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ପୋଲିସ ଓ ଦମକଳ ଘଟଣା ସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ହୋଇପାରିନାହିଁ । ଗତ କାଲି ଦୌଡ଼ି କମ ପଡିଗଲା ବୋଲି ଉଦ୍ଧାର ହୋଇପାରିନଥିଲା ବେଳେ ଆଜି ଅଗ୍ନିଶମ ବିଭାଗ ଅଧିକ ଦୌଡ଼ି ନେଇ ପହଞ୍ଚିବେ ବୋଲି ଜଣାପଡିଛି । ଆଜି ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବାରୁ ଆହୁରି ଅସୁବିଧାର କାରଣ ସୃଷ୍ଟି ହୋଇଛି । ଏଥିସହିତ ରାଉରକେଲାରୁ ଓଡ୍ର।ପ ଟିମ ଡକାଯିବା ନେଇ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.