ଆମ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତକୁ ସାମ୍ନା କରିପାରିବ: ପୂର୍ବତନ ପାକ୍ ସେନାମୁଖ୍ୟ ବାଜୱା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ବିଷୟରେ କହୁଥିବା ଦେଖିବାକୁ ମିଳିଛି। ଜେନେରାଲ୍ ବାଜୱା, ତାଙ୍କ ଦେଶର ସେନା ସମ୍ବନ୍ଧରେ ଏପରି ତଥ୍ୟ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି କି ତାଙ୍କ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତ ସହ ଯୁଦ୍ଧ ବେଳେ ବ୍ୟବହୃତ ହୋଇପାରିବ।

ଦୁଇ ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ହମିଦ ମୀର୍ ଏବଂ ନସିମ୍ ଜହରା, ପୂର୍ବତନ ସେନାମୁଖ୍ୟଙ୍କ ବିଷୟରେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବାଜୱା ଏକ ସାମ୍ବାଦିକ ସମ୍ମିଳନୀରେ ୨୫ ଜଣ ସାମ୍ବାଦିକଙ୍କୁ କହିଛନ୍ତି ଯେ ଭାରତ ସହ ଯୁଦ୍ଧ ପାଇଁ ପାକିସ୍ତାନୀ ସେନାର ପାଖରେ ପର୍ଯ୍ୟାପ୍ତ ଶକ୍ତି ନାହିଁ। ଏପରିକି ସୈନିକମାନଙ୍କ ଯିବାଆସିବା ପାଇଁ ପର୍ଯ୍ୟାପ୍ତ ଗାଡି ନ ଥିବାସହ ଗାଡ଼ିରେ ପକାଇବାକୁ ତେଲ ବି ନାହିଁ।

ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱା ଗଣମାଧ୍ୟମରେ ସୂଚନା ଦେଉଥବା ସମୟରେ ସାମ୍ବାଦିକ ନସିମ୍ ଜହରା ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି। ପାକିସ୍ତାନର ପୂର୍ବତନ ସେନା ମୁଖ୍ୟଙ୍କ ମନ୍ତବ୍ୟକୁ ନେଇ ସେ କ୍ଷୁବ୍ଧ ହୋଇ କହିଛନ୍ତି, ‘ବାଜୱାଙ୍କ ପରି ସେନା ମୁଖ୍ୟଙ୍କୁ କୋର୍ଟ ମାର୍ଶଲ କରିବା ଉଚିତ୍।’  ଏଥି ସହ ଜେନେରାଲ ବାଜୱା ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଗୁପ୍ତ ବାର୍ତ୍ତାଳାପ କରିଥିଲେ ବୋଲି ସାମ୍ବାଦିକ ହମିଦ ମୀର କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି ଯେ ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ଗସ୍ତରେ ଯିବା ଲାଗି ପ୍ରସ୍ତାବ ଥିଲା। ମାତ୍ର ଏ ସଂପର୍କିତ ଖବର ନା ପାକିସ୍ତାନୀ ବିଦେଶମନ୍ତ୍ରାଳୟ ପାଖରେ ଥିଲା ନା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅବଗତ ଥଲା। ଏଇ ମାମଲା ଭାରତୀୟ କର୍ତ୍ତୃପକ୍ଷ କାହା ସହ ଆଲୋଚନା କରିଥିଲେ, ତାହା ଗୁପ୍ତ ରହିଥିଲା।

nis-ad
Leave A Reply

Your email address will not be published.