ଯୁବକଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ: ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ ସଦର ରେଞ୍ଜ ବଳଦିଆ ବନ୍ଧ ଗ୍ରାମପଞ୍ଚାୟତ କୁରୁମଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ପରିଡା । ଗତ ରାତିରେ ଘରୁ ଖାଇସାରି ଗାଁ ନିକଟରେ ଚାଷ ହୋଇଥିବା ଡାଳୁଅ ଧାନ ଜଗିବା ପାଇଁ ଶ୍ରୀକାନ୍ତ ଯାଇଥିଲେ ।

ଚାଷ ଜମି ନିକଟରେ ଥିବା ମଣ୍ଡପରେ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଶ୍ରୀକାନ୍ତଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.