ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନବରଂଗପୁର (୩୦/୦୪) ଜଣେ ସୁଦକ୍ଷ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜି ଜଗଦିଶ ରାଓଙ୍କ ଚାକିରୀ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଉପନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଉପସ୍ଥିତ ରହିଥିଲେ। ଶ୍ରୀ ରାଓଙ୍କ ପରେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ରଞ୍ଜିତା ବେହେରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ରାଓ ଦୀର୍ଘ ୩୮ ବର୍ଷ ପର୍ଯ୍ୟନ୍ତ ମତ୍ସ୍ୟ ବିଭାଗରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସମଭାବାପନ୍ନ, କର୍ତ୍ତବ୍ୟନିଷ୍ଠା ଓ ଜିଲ୍ଲାର ବିକାଶ ଦିଗରେ ସଦା ତତ୍ପରତା ଦେଖାଉଥିବା ଜଣେ ସ୍ବାଭିମାନୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବରେ ଆଜି ସେ ଅବସରପ୍ରାପ୍ତ ଗ୍ରହଣ କରିଛନ୍ତି। ସେ ଜଣେ ବିଜ୍ଞ ତଥା ନିଜ କାର୍ଯ୍ୟରେ ଅଭିଜ୍ଞତା ହାସଲ କରିପାରିଥିବାରୁ ନବରଂଗପୁର ଭଳି ଜିଲ୍ଲାର ଝରିଗାଁ କାଦୋଭଟ୍ଟା ଠାରେ ରାଜ୍ୟର ପ୍ରଥମ ଉନ୍ନତ ପ୍ରଳାଳୀ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ତିଆରି କରାଯାଇପାରିଛି,ସେହିଭଳି ତାରାଗାଁ ଠାରେ ମତ୍ସ୍ୟ ଜାଁଆଳ ପ୍ରସ୍ତୁତ କରାଯାଉଛି। ଯାହା ଅନ୍ୟ ରାଜ୍ୟକୁ ମତ୍ସ୍ୟ ଚାଷୀ ମାନେ ନିର୍ଭର କରୁଥିଲେ। ମତ୍ସ୍ୟ ଚାଷୀଙ୍କ ସ୍ବାବଲମ୍ବୀ ଜୀବନକୁ ବିକାଶଧାରାରେ ଅଗ୍ରଗତି କରିବାକୁ ସରକାରୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ଅବସର କାଳିନ ସମ୍ବୋର୍ଦ୍ଧନା ସଭାରେ ସମସ୍ତ ବ୍ଲକର ସହ ମତ୍ସ୍ୟ ଅଧିକାରୀ,ସହକର୍ମୀ ସହ ପରିବାର ସଦସ୍ୟ,ରାଜେନ୍ଦ୍ର ବିଷୋୟୀ,ଶକ୍ତି ନାରାୟଣ ଅଚାରୀ,ଦୂର୍ଗା ପ୍ରସାଦ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହ ମତ୍ସ୍ୟ ବିଭାଗ ଷ୍ଟେଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣା ମଞ୍ଜରୀ ବିଷୋୟୀ ଯୋଗ ଦେଇଥିଲେ। ନବରଂଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଓ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ଶ୍ରୀ ରାଓଙ୍କ କାର୍ଯ୍ୟଦକ୍ଷତାକୁ ନେଇଁ ପ୍ରସଂଶା କରିବା ସହ ଅବସର ପରବର୍ତ୍ତୀ ଜୀବନକୁ ନେଇଁ ଶୁଭେଚ୍ଛା ଜଣାଇଥିଲେ।

nis-ad
Leave A Reply

Your email address will not be published.