‘ମନ୍‌ କୀ ବାତ୍‌’ ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହୁଆ ମୈତ୍ରଙ୍କ ୨ଟି ପ୍ରଶ୍ନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ପ୍ରସାରଣ ଅବ୍ୟବହିତ ପୂର୍ବରୁ ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୨ଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି।
ଟୁଇଟ୍‌ କରି ମୈତ୍ର ଲେଖିଛନ୍ତି: ମାନ୍ୟବର ପ୍ରିୟ ମୋଦୀଜୀ, ଆଜି ଜାତିସଂଘ ମୁଖ୍ୟଳୟରେ ମଧ୍ୟ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣର ଲାଇଭ୍‌ ଟେଲିକାଷ୍ଟ୍‌ କରାଯିବ। ଦୟାକରି ଆମକୁ କୁହନ୍ତୁ: ୧. କ୍ଷମତାଶାଳୀ ‘ବିଜେପି’ ଶିକାରୀଙ୍କ କବଳରୁ ଭାରତର କ୍ରୀଡ଼ାବିତ୍‌ ଝିଅମାନଙ୍କୁ ରକ୍ଷା କରାଯାଇ ପାରୁନି କାହିଁକି ୨. ସୁପ୍ରିମ୍‌ କୋର୍ଟଙ୍କଦ୍ବାରା ଧାର୍ଯ୍ୟ ସମୟସୀମା ମଧ୍ୟରେ କାହିଁକି ‘ସେବି’ ଆଦାନି ତଦନ୍ତ ଶେଷ କରିପାରୁ ନାହିଁ। ଧନ୍ୟବାଦ।
ସୂଚନାଯୋଗ୍ୟ, ‘ତୃଣମୂଳ କଂଗ୍ରେସ’ର ବିପ୍ଳବୀ ସାଂସଦଙ୍କ ପ୍ରଥମ ପ୍ରଶ୍ନ, ଯୌନ ଉତ୍ପୀଡ଼ନ ଅଭିଯୋଗ କରି ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ଅଧ୍ୟକ୍ଷ ତଥା ‘ବିଜେପି’ ସାଂସଦ ବ୍ରଜଭୂଷଣ ଶରଣ ସଂହଙ୍କ ଇସ୍ତଫା ଦାବିରେ ପ୍ରତିବାଦ ଚଳାଇଥିବା ଭାରତର ଶ୍ରେଷ୍ଠ କୁସ୍ତି ଖେଳାଳିଙ୍କ ଘଟଣା ସହିତ ସମ୍ପୃକ୍ତ।
କୁସ୍ତି ଖେଳାଳିମାନଙ୍କ ପ୍ରତିବାଦ ଘଟଣାରେ ମଉନ ରହିଥିବା ‘ବିଜେପି’ ମହିଳା ସାଂସଦମାନଙ୍କୁ ମଧ୍ୟ ଶନିବାର ଦିନ ମୈତ୍ର ସମାଲୋଚନା କରିଥିଲେ। ପରୋକ୍ଷରେ ‘ବିଜେପି’ର ସ୍ମୃତି ଇରାନୀଙ୍କୁ ସମାଲୋଚନା କରି ସେ ଟୁଇଟ୍‌ କରିଥିଲେ, ଆପଣଙ୍କର ନାରୀ ବ୍ରିଗେଡ୍‌ କାହାନ୍ତି? ଆପଣଙ୍କର ଶାଶୂମାନେ ଓ ବୋହୂମାନେ କୁଆଡ଼େ ଗଲେ? ‘ଡବ୍ଲୁଏଫ୍‌ଆଇ’ ମାମଲାରେ ମଉନ କାହିଁକି?
ତାଙ୍କର ଦ୍ବିତୀୟ ପ୍ରଶ୍ନ ଆଦାନି ଗ୍ରୁପ୍‌ ସେୟାର୍‌ରେ ଜାଲିଆତି ହୋଇଛି ବୋଲି ଉଠୁଥିବା ଅଭିଯୋଗର ତଦନ୍ତ ପାଇଁ ଆଉ ୬ ମାସ ସମୟ ଦେବାକୁ ‘ମାର୍କେଟ ରେଗୁଲେଟ୍‌ର୍‌’ ‘ସେବି’ ଅନୁରୋଧ କରିଥିବା ପ୍ରସଙ୍ଗ ସହିତ ଜଡ଼ିତ ଅଟେ।
ପୂର୍ବରୁ କରିଥିବା ଟୁଇଟ୍‌ରେ ମୈତ୍ର ଏହାକୁ ‘‌ଜୋକ୍’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ଏଇଟା ଗୋଟାଏ ‘ଜୋକ୍’। ଅନିୟମିତତା ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବ‌େଳେ ଆପଣା ବ୍ୟବସାୟୀଙ୍କୁ ଯଥା ସମ୍ଭବ ଅଧିକ ନିରାପଦ ରଖିବାକୁ ସେମାନେ ଆହୁରି ୬ ମାସ ସମୟ ଲୋଡ଼ିଛନ୍ତି।

nis-ad
Leave A Reply

Your email address will not be published.