ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦଶ ଦିନ ତଳେ ଦେଶରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଅତିକ୍ରମ କରି ଯାଇଥିବା ବେଳେ ଏବେ ଏହା ୬ ହଜାର ତଳକୁ ଖସି ଆସିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୫,୮୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶରେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ତଳକୁ ଖସିଛି। ଏବେ ଦେଶରେ ୪୯,୦୧୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିଭଳି କରୋନାରେ ଆକ୍ରାନ୍ତ ହୋଇ ଆଉ ୨୪ ଜଣଙ୍କର ମୃତ୍ୟୁ ଘଟିଛି।
ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ ହାର ୩.୩୧% ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୪.୨୫% ରହିଛି।
ଗତ ୨୪ ଘଣ୍ଟାରେ ଦେଶରେ କରୋନାରୁ ୮,୧୪୮ ଜଣ ସୁସ୍ଥ ହୋଇଛନ୍ତି। ଏହା ସହିତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୩, ୬୪, ୮୪୧ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଶନିବାର (ଗତକାଲି) ଆସିଥିବା ରିପୋର୍ଟରେ ଦେଶରେ ୭୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ସେହିପରି ଶୁକ୍ରବାର ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୭୫୩୩ ରହିଥିଲା।
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

nis-ad
Leave A Reply

Your email address will not be published.