ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ…

ଅନୁଗୁଳ : ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଝଟକ ବେହେରା । ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି ।

ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଗାଁ ପାଖରେ ପାଖା ପାଖି ୨୦ ଟିକିଆ ହାତୀପଲ ଅଛନ୍ତି । ହାତୀଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

nis-ad
Leave A Reply

Your email address will not be published.