ଦାନ୍ତେଓ୍ବାଡ଼ା ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ମାଓବାଦୀଙ୍କ ଦରଭା ଡିଭିଜନ୍

ଭୁବନେଶ୍ବର : ବୁଧବାରଦିନ ଛତିଶଗଡ଼ର ଦାନ୍ତେଓ୍ବାଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି । ବ୍ରାହ୍ମଣବାଦୀ ହିନ୍ଦୁତ୍ବ ଓ ଫାସିବାଦୀ କେନ୍ଦ୍ର ସରକାର ଓ ଜନବିରୋଧୀ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ କରୁଥିବା ଅତ୍ଯାଚାର ଜବାବରେ ଏହି ଆକ୍ରମଣ କରାଯାଇଛି ବୋଲି ଦରଭା ଡିଭିଜନ କମିଟିର ସଚିବ ସାଇନାଥ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ।
ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନକ୍ସଲମାନଙ୍କୁ ନିର୍ମୂଳ କରିବାକୁ ଘୋଷଣା କରି ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ଚଳାଇଛନ୍ତି । ଏଥିପାଇଁ ବସ୍ତର ଅଂଚଳକୁ ଏକରକମ ଏକ ସୈନ୍ୟ ଛାଉଣୀରେ ପରିରଣ କରାଯାଇଛି । ବିଦେଶୀ ଶତ୍ରୁଙ୍କ ପରି ନିଜ ଦେଶର ଲୋକମାନଙ୍କ ଉପରେ ଆକାଶମାର୍ଗରୁ ହମଲା କରୁଛନ୍ତି । ଏପରିସ୍ଥିତିରେ ଏହାର ପ୍ରତିରୋଧ କରିବାଛଡ଼ା ଜନତାଙ୍କ ପାଖରେ ଆଉ କୌଣସି ଚାରା ନାହିଁ ।

ସେହିପରି ପୁଲିସମାନଙ୍କୁ ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ସେମାନେ ସରକାରଙ୍କ ଏହି ଜନବିରୋଧୀ କାର୍ଯ୍ୟାନୁଷ୍ଠାନରେ ଭାଗନିଅନ୍ତୁ ନାହିଁ । ମାଓବାଦୀଙ୍କ ଲଢେଇ ପୁଲିସ କର୍ମୀଙ୍କ ବିରୋଧରେ ନୁହେଁ, ବରଂ ସାମନ୍ତବାଦୀ ଓ ପୁଂଜିପତି ସରକାର ଓ ଅମଲାତନ୍ତ୍ର ବିରୋଧରେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି ।

nis-ad
Leave A Reply

Your email address will not be published.