ପ୍ରଧାନମନ୍ତ୍ରୀ ନିବାସରେ ୫୦୦ କୋଟି ଖର୍ଚ୍ଚ କାହିଁକି ?

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ ହେବା କଥା ଜଣାପଡ଼ିବା ପରେ ବିଜେପି କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛି । ଏହାର ଜବାବରେ ଆମ ଆଦମି ପାର୍ଟି ପକ୍ଷରୁ ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ନିବାସରେ ୫୦୦ କୋଟି ବ୍ୟୟ କରାଯାଉଛି ।
ତେବେ ଏଠାରେ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ନିବାସରେ କ’ଣ ସତରେ ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ? ଏହାର ଉତ୍ତର ଯଦି ହଁ, ତେବେ ସ୍ବତଃ ପ୍ରଶ୍ନ ଉଠିବ ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଇଛି ?
ରିପୋର୍ଟ ଅନୁସାରେ ଦିଲ୍ଲୀର ସାଉଥ ବ୍ଲ ସ୍ଥିତ ଦାରା ସିକୋ ରୋଡ ନିକଟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ନିର୍ମାଣ ହେଉଛି । ଏହାର ନିର୍ମାଣ ପାଇଁ ପ୍ରାୟ ୪୬୭ କୋଟି ବ୍ୟୟ କରାଯାଉଛି ଓ ଏହା ୨୦୨୪ ସୁଦ୍ଧା ସଂପୂର୍ଣ୍ଣ ହେବ । କିନ୍ତୁ ଗୋଟିଏ ବଙ୍ଗଳାରେ କାହିଁକି ଏତେ ଟଙ୍କା ବ୍ୟୟ କରାଯାଉଛି ?
ଏହାର ଉତ୍ତର ରଖିଛନ୍ତି ସ୍ତମ୍ଭକାର ତଥା ପ୍ରତିରକ୍ଷା ମାମଲାର ବିଶେଷଜ୍ଞ ଅଭିଜିତ ଆୟର ମିତ୍ର । ଟୁଇଟରରେ ଏକ ଲମ୍ବା ଲେଖା ଲେଖି ସେ ଏହାର କାରଣ ଦର୍ଶାଇଛନ୍ତି । ଏହି ଲେଖାରେ ସେ ଦର୍ଶାଇଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ପ୍ରଧାନମନ୍ତ୍ରୀ ଆବାସ ସହ ତୁଳନା କରାଯାଇପାରିବ ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଖର୍ଚ୍ଚ ହୋଇଥିବା ୪୫ କୋଟି ନବୀକରଣ ଲାଗି ବ୍ୟୟ ହୋଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସରେ ଖର୍ଚ୍ଚ ହୋଇଥିବା ଅର୍ଥ ଏକ ସୁରକ୍ଷା ବାବଦ ବ୍ୟୟ ।
ଭାରତ ଏକ ଅଣୁ ଅସ୍ତ୍ରସମ୍ପନ୍ନ ଦେଶ ହୋଇଥିବାରୁ ଏହାର ଏକ ନ୍ୟୁକ୍ଲିୟର କମାଣ୍ଡ୍ ରହିଛି । ପ୍ରଧାନମନ୍ତ୍ରୀ ଏହାର ମୁଖ୍ୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ତଳେ ଏକ ଅତ୍ୟାଧୁନିକ ବଙ୍କର ନିର୍ମାଣ ହୋଇଛି । ଏହା ଏପରି ଭାବେ ନିର୍ମିତ ହୋଇଛି ଯେ ପରମାଣୁ ଆକ୍ରମଣ ସମୟରେ ବି ଏହା କାର୍ଯ୍ୟକ୍ଷମ ରହିପାରିବ । ଏହା ଉପରେ କ୍ଷେପଣାସ୍ତ୍ର ମାଡ଼, ବୋମା ବିସ୍ଫୋରଣର କୌଣସି ପ୍ରଭାବ ରହିବ ନାହିଁ ।
ଏହି ବଙ୍କରରେ ଜରୁରୀକାଳୀନ ସମୟରେ କିଛି ଶହ କର୍ମଚାରୀ ରହି କାମ କରିପାରିବେ । ଅର୍ଥାତ ଦିଲ୍ଲୀ ଉପରେ ପରମାଣୁ ଆକ୍ରମଣ ବେଳେ ଏହି ବଙ୍କରରୁ ନ୍ୟୁକ୍ଲିୟର କମାଣ୍ଡ କାର୍ଯ୍ୟ କରିପାରିବ ଓ ଆକ୍ରମଣର ଜବାବ ଦେଇପାରିବ । କେବଳ ଭାରତ ନୁହେଁ, ଆମେରିକା, ଚୀନ, ଫ୍ରାନ୍ସ, ରୁଷ ଆଦି ପରମାଣୁ ଶକ୍ତିସଂପନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବାସଭବନ ତଳେ ଏପରି ବ୍ୟବସ୍ଥା ରହଛି ବୋଲି ସେ ଦର୍ଶାଇଛନ୍ତି ।

nis-ad
Leave A Reply

Your email address will not be published.