ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଦିନ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗର ବିକାଶମୁଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଛି । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ବୈଠକ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବିଡ଼ିଓ ହଳଧର ଶବର ସମିତି ବୈଠକରେ ସମସ୍ତଙ୍କୁ ସ୍ୱାଗତ କରି ବୈଠକକୁ ପରିଚାଳନା କରିଥିଲେ।ସ୍ୱାସ୍ଥ୍ୟ,ଶିଶୁ ବିକାଶ,ଶିକ୍ଷା,କୃଷି,ଯୋଗାଣ, ଆଦି ବିଭିନ୍ନ ବିଭାଗରେ ଚାଲିଥିବା କାର୍ଯ୍ୟକ୍ରମ ନେଇ ବୈଠକରେ ଉପସ୍ଥିତ ଅଧିକାରୀ ମାନେ ଜଣେଇଥିଲେ।ଗିରିସୋଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସହ ଘୋର ଅବ୍ୟବସ୍ଥା ହେଉଥିବା ଯୋଗୁଁ ରୋଗୀ ମୃତ୍ୟୁ ବଢୁଛି ବୋଲି କିଛି ଜନ ପ୍ରତିନିଧି ଅଭିଯୋଗ କରି ଅଧକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲକରେ ଅଂଶୁଘାତ ଓ କୋଭିଡ ପାଇଁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ଡା. ପ୍ରଭୁପ୍ରସାଦ ପଣ୍ଡା ସୂଚନା ଦେଇଥିଲେ । ଶିଶୁବିକାଶ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ସୂଚନା ଦେବା ସହ କିଛି ଜାଗାରେ ଅଙ୍ଗନବାଡି ନିର୍ମାଣରେ ଅସୁବିଧା ହେଉଥିବା,ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ଓ ପାଣିର ଅସୁବିଧା ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।କମ ବୟସରେ ବିବାହ କରୁଥିବା କିଶୋରୀ ବାଳିକା ମାନଙ୍କ ଉର୍ଦ୍ଧେଶ୍ୟରେ ଅଧିକ ସଚେତନତା ସହ ବିଦ୍ୟାଳୟରେ ବାଲ୍ୟ ବିବାହ ନକରିବାକୁ ଶପଥ ନେବା ଉପରେ ସିଡିପିଓ ଗୁରୁତ୍ୱାରୋପ କରିଥିଲେ। ମାଛଧରି ଚଳୁଥିବା ପରିବାରର ପିଲାଙ୍କୁ ୨୦୨୧ ମସିହାରୁ ସ୍କଲାରସିପ ମିଳିନଥିବା ଅଭିଯୋଗରେ ଗୃହରେ ସହକାରୀ ମତ୍ସ୍ୟ ଅଧିକାରୀ ଆଶାଜନକ ଉତ୍ତର ଦେଇନପାରିବା ଚର୍ଚ୍ଚା ଜୋର ଧରିଥିଲା।ବ୍ଲକ କୃଷି ଅଧିକାରୀ ପ୍ରାୟତଃ ବ୍ଲକକୁ ଆସୁନଥିବାରୁ ଚାଷୀ ମାନେ ନିରାଶ ହୋଇ ଫେରୁଥିବା,କୃଷି ବିଭାଗର କୌଣସି କାର୍ଯ୍ୟର ସୂଚନା ଜନ ପ୍ରତିନିଧିଙ୍କୁ ମିଳୁନଥିବା,ପ୍ରକୃତ ଚାଷୀଙ୍କୁ ଋଣ ନମିଳି ଲୋକଙ୍କୁ ଜୁଆ ଖେଳିବା ପାଇଁ ଋଣ ମିଳୁଛି ଭଳି ଗୁରୁତର ଅଭିଯୋଗ ଗୃହରେ ଉଠି ପ୍ରବଳ ପାଟିତୁଣ୍ଡ ହୋଇଥିଲା।ବହୁ ପ୍ରତିନିଧି ବ୍ଲକ କୃଷି ଅଧିକାରୀଙ୍କୁ ଘେରିଥିଲେ। ପଞ୍ଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ ଚିକିଟୀ ତହସିଲଦାର ବିଶ୍ୱରଞ୍ଜନ କହଁର ବ୍ଲକ ଉପାଧ୍ୟକ୍ଷା ବି.ରେଣୁକାମ୍ମା ରେଡ୍ଡୀ,ସହକାରୀ ଯନ୍ତ୍ରୀ ଉଦୟ ନାଥ ପ୍ରଧାନ,ବିଇଓ ବସନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ବୈଠକରେ ସମସ୍ତ ସମିତି ସଭ୍ୟ ଏବଂ ସରପଞ୍ଚ ଉପସ୍ଥିତ ଥିଲେ।ଜିପିଓ ଚକ୍ରଧର ପ୍ରଧାନ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ବୈଠକ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.