ନିଜର ବିଶ୍ବସ୍ତ କର୍ମଚାରୀଙ୍କୁ ୧୫୦୦ କୋଟିର ଘର ଦେଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କର ଏହି ସଫଳତା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ତାଙ୍କର ବିଶ୍ବସ୍ତ କର୍ମଚାରୀ। ମୁକେଶ ତାଙ୍କ ସମସ୍ତ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବା ପାଇଁ ଜଣାଶୁଣା । ସେ ପୁଣି ଥରେ ଜଣେ ଭଲ ବସ୍ ହେବାର ପ୍ରମାଣ ଦେଇଛନ୍ତି। ସେ ମୁମ୍ବାଇରେ ତାଙ୍କ ଜଣେ କର୍ମଚାରୀଙ୍କୁ ୧୫୦୦ କୋଟି ଟଙ୍କାର ଏକ ଘର ଉପହାର ଦେଇଛନ୍ତି । ତେବେ କିଏ ସେହି ଭାଗ୍ୟଶାଳୀ ବ୍ୟକ୍ତି ?
ସେ ହେଉଛନ୍ତି ମନୋଜ ମୋଦୀ । ସେ ଏବେ ରିଲାଏନ୍ସ ଜିଓ ଓ ରିଲାଏନ୍ସ ରିଟେଲର ନିର୍ଦ୍ଦେଶକ ଅଛନ୍ତି । ତାଙ୍କୁ ମୁକେଶ ଅମ୍ବାନୀଙ୍କ ଡାହାଣ ହାତ ବୋଲି କୁହାଯାଏ। ମୁକେଶ ଅମ୍ବାନୀଙ୍କ ନିକଟରେ ରହୁଥିବା ମନୋଜ ମୋଦୀ ହେଉଛନ୍ତି ଅନ୍ୟତମ ବିଶ୍ବସ୍ତ କର୍ମଚାରୀ ।
ମନୋଜ ମୋଦୀ ମୁକେଶ ଅମ୍ବାନିଙ୍କ ସହ ଗୋଟିଏ ଶ୍ରେଣୀରେ ପଢୁଥିଲେ । ଉଭୟ ମୁମ୍ବାଇ ବିଶ୍ବବିଦ୍ୟାଳୟର କେମିକାଲ ଟେକନଲୋଜୀ ବିଭାଗରେ ପଢୁଥିଲେ । ଅଶୀ ଦଶକରୁ ହିଁ ମନୋଜ ରିଲାଏନ୍ସ ଗ୍ରୁପରେ କାମ କରୁଛନ୍ତି । ଅମ୍ବାନି ପରିବାରର ତିନି ପିଢି- ଧୀରୁଭାଇ ଅମ୍ବାନି, ମୁକେଶ ଅମ୍ବାନି ଓ ଇଶା-ଆକାଶ ଅମ୍ବାନିଙ୍କ ସହ ସେ କାମ କରିଛନ୍ତି ।

ମୁକେଶ ଅମ୍ବାନୀ ମନୋଜ ମୋଦୀଙ୍କୁ ଦେଇଥିବା ଘର ଏକ ୨୨ ମହଲା କୋଠାର ଘର ଯାହା କି ୧.୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ । ମୁମ୍ବାଇର ନେପିଆନ୍ ସି ରୋଡ୍ ରେ ଏହି ଘର ନିର୍ମାଣ କରାଯାଇଛି। ଏହି ଘରର ମୂଲ୍ୟ ପାଖାପାଖି ୧୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.