କେଜ୍ରିୱାଲଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି, ଘର ନିକଟରେ ଉଡ଼ିଲା ଡ୍ରୋନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ନିକଟରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି। ତାଙ୍କ ଘର ନୋ ଫ୍ଲାଏ ଜୋନରେ ଆସିଥାଏ। ଏହା ସତ୍ତ୍ବେ ତାଙ୍କ ଘର ନିକଟରେ ଡ୍ରୋନ ଉଡ଼ିବାରୁ ବର୍ତ୍ତମାନ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି।
ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖା ଦେବା ଘଟଣା ପ୍ରଥମ ନୁହେଁ। ଗତ ବର୍ଷ ମାର୍ଚ୍ଚରେ କିଛି ଲୋକ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ତା’ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଥିଲେ ଯେ କିଛି ଅସାମାଜିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ଏହା ବ୍ୟତୀତ ଗେଟରେ ଥିବା ବୁମ୍ ବ୍ୟାରିୟର ମଧ୍ୟ ଭାଙ୍ଗିଦିଆଯାଇଛି।
ଘଟଣାର ତଦନ୍ତ କରି ପୁଲିସ ସେତେବେଳେ ପ୍ରାୟ ୮ଜଣଙ୍କୁ ଗିରଫ କରିଥିଲା। ଏବେ ପୁଣି ଥରେ ତାଙ୍କ ବାସଭବନ ପାଖରେ ଡ୍ରୋନ ଉଡ଼ିବା ପରେ ଆପ୍ ଚିନ୍ତା ବ୍ୟକ୍ତ କରିଛି। କିଏ ଓ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଖରେ ଡ୍ରୋନ ଉଡ଼ାଉଥିଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ମଧ୍ୟରେ ଏବେ ଆପକୁ ଆଉ ଏକ ଝଡ଼କା ଲାଗିଛି। ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ମଙ୍ଗଳବାର ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଢ଼ଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ, ସିସୋଦିଆଙ୍କ ନାଁ କୌଣସି ଚାର୍ଜସିଟରେ ନଥିଲା। ଚାର୍ଜସିଟରେ ଥିବା ପଏଣ୍ଟ ଉପରେ ଯୁକ୍ତି କରିବା ପାଇଁ କୋର୍ଟ ମେ‘ ୧୨ତାରିଖ ସ୍ଥିର କରିଛନ୍ତି।

nis-ad
Leave A Reply

Your email address will not be published.