ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ


ଉମରକୋଟ (୨୨/୦୪) : ଆଜି ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକର ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଧୋଡ୍ରାଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, (ଓଷ୍ଟା )ନବରଙ୍ଗପୁର ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ଓ ଆମ ଶିକ୍ଷା ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଜିଲ୍ଲା ସଂଘର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ ରାଜ୍ୟ ସଂଗଠନର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି,
ରାଜ୍ୟ ଉପ ସଭାପତି ରାମକୃଷ୍ଣ ସାବତ, ବଂଶୀଧର ଭୂୟାଁ କଳାହାଣ୍ଡି ସମ୍ପାଦକ ପ୍ରଭାତ କୁମାର ରଥ, ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ସାରଙ୍ଗଧର ଠାକୁର, ବଲାଙ୍ଗୀର କାର୍ଯ୍ୟ କାରିଣୀ ସଭ୍ୟ ତାରାକାନ୍ତ ମିଶ୍ର, କୋରାପୁଟ କାର୍ଯ୍ୟ କାରିଣୀ ସଭ୍ୟ ଦେବେନ୍ଦ୍ର କୁମାର ବୈଦ୍ୟ, ପୂର୍ବତନ ସମ୍ପାଦକ, ବିଜୟ କୁମାର ଭଟ୍ଟ ରାଜ୍ୟ କାରିଣୀ ସଭ୍ୟ ଅରୁଣ କୁମାର ବଳ ପ୍ରମୁଖ ଯୋଗଦେଇଥିଲେ | ଜିଲ୍ଲା ସଭାପତି ଦୁଲାଲ ବାରୋଇ ସଭାପତିତ୍ବ କରିଥିଲେ | କେଦାରଶ୍ୱର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ତିନି ବର୍ଷର ଆୟବ୍ୟୟ ହିସାବ ପ୍ରଦାନ କରିଥିଲେ |
କାର୍ଯ୍ୟକ୍ରମ ର ଦ୍ୱିତୀୟ ଅଧିବେଶନ ରେ ଜିଲ୍ଲା ସଂଘକୁ ଭଙ୍ଗ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା |. ଏଥିରେ ସଭାପତି ଭାବେ ବଂଶୀଧର ଭୁୟାଁ, କାର୍ଯ୍ୟକାରୀ ସଭାପତି ଦେବାଶିଷ ନନ୍ଦୀ, ଉପସଭାପତି ସନ୍ତୋଷ କୁମାର ସାହୁ, କମଳାକାନ୍ତ ପଣ୍ଡା, ମହିଳା ଉପ ସଭାପତି ବିଦ୍ୟୁତ ଲଷ୍ମୀ ମିଶ୍ର, ସମ୍ପାଦକ ମିହିର କାନ୍ତି ଢ଼ାଲି, ଯୁଗ୍ମ ସମ୍ପାଦକ ସୁବ୍ରତ କୁମାର ତ୍ରିପାଠୀ,ଅକ୍ଷୟ କୁମାର ଜେନା, ସ୍ବର୍ଣ୍ଣ ପ୍ରଭା ବେହେରା, ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ଭାବେ ରଞ୍ଜନ କୁମାର ଦାସ, କିଶୋର କୁମାର ତ୍ରିପାଠୀ, ପ୍ରଭାତ କୁମାର ନାୟକ, ମଥୁରାନନ୍ଦ ରାଉତ ନିର୍ବାଚିତ ହୋଇଥିଲେ | ରାଜ୍ୟ ସଭାପତି ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ | କାର୍ଯ୍ୟକ୍ରମ ରେ ଜିଲ୍ଲା /ବ୍ଲକ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ , ଶିକ୍ଷକ /ଶିକ୍ଷୟତ୍ରୀ, ଶିକ୍ଷକର୍ମୀ, ସଭ୍ୟ /ସଭ୍ୟା ଯୋଗ ଦେଇଥିଲେ | ଶେଷରେ ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଅରୁଣ କୁମାର ବଳ ଧନ୍ୟବାଦ ଅର୍ପଣ ପୂର୍ବକ ସଭାପତି ସଭା ସାଙ୍ଗ କରିଥିଲେ |

nis-ad
Leave A Reply

Your email address will not be published.