ଦେଶରେ ଗତ ୨୪ ଘଣ୍ଟାରେ ୧୨୧୯୩ କରୋନା ପଜିଟିଭି ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ମାଡୁଛି କରୋନା, ନେଉଛି ଜୀବନ । ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୯୩ ପଜିଟିଭି । ଆଉ ୪୨ ଜୀବନ ନେଇଛି ପ୍ରାଣଘାତୀ କରୋନା । କେବଳ କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ଟିଭ କେସ ୬୭ହଜାର ୫୫୬କୁ ବୃଦ୍ଧି ପାଇଛି । ଗତକାଲି ୧୧ହଜାର ୬୯୨ ପଜିଟିଭି ଚିହ୍ନଟ ହୋଇଥିଲେ । ୨୮ଜଣଙ୍କ ମୃତ୍ୟୁ ହୋଇଥିଲା।

nis-ad
Leave A Reply

Your email address will not be published.